ଓଡ଼ିଶାଲାଇଭ ବ୍ୟୁରୋ

ତେନ୍ତୁଳି ଖାଇବାକୁ କିଏ ବା ଭଲ ନ ପାଏ। ହେଲେ ଏହାର ସ୍ୱାସ୍ଥ୍ୟ ଉପରେ ବି ସୁପ୍ରଭାବ ରହିଛି। ନିୟମିତ ଭାବେ ତେନ୍ତୁଳି ଖାଇଲେ ହୃଦରୋଗ, ମଧୁମେହ ଆଶଙ୍କା କମିବା ସହ ଚେହେରାରେ ବୟସର ଛାପ ଦେଖାଯାଏ ନାହିଁ।

-ତେନ୍ତୁଳିରେ ଆଣ୍ଟି ଅକ୍ସିଡାଣ୍ଟ ବ୍ୟତୀତ ଭିଟାମିନ୍ ଏ ଏବଂ ସି ରହିଥାଏ। ଯାହାକି ତ୍ୱଚାକୁ ଫ୍ରି ରାଡିକାଲ୍ସରୁ ରକ୍ଷା କରେ।

-ତେନ୍ତୁଳି ତ୍ୱଚା ପାଇଁ ଏକ ଭଲ ବ୍ଲିଚ୍ ଭାବେ କାମ କରେ। ଏହା ତ୍ୱଚାର ଉଜ୍ଜ୍ୱଳତାକୁ ବୃଦ୍ଧି କରିଥାଏ।

-ତେନ୍ତୁଳିରେ ଆଲଫା ହାଇଡ୍ରୋକ୍ସିଲ୍ ଏସିଡ୍ ଥାଏ। ଯାହା ତ୍ୱଚାକୁ ସଫା କରିବାରେ ସହାୟକ ହୋଇଥାଏ। ସେହିପରି ଏହା ମୁହରୁ ବ୍ରଣ ଚିହ୍ନ ଓ ସନ୍ ଟ୍ୟାନ୍ ବି ଦୂର କରେ। କେବଳ ସେତିକି ନୁହେଁ, ନିୟମିତ ଭାବେ ତେନ୍ତୁଳି ଖାଇଲେ ଅକାଳ ବାର୍ଦ୍ଧକ୍ୟ ହୁଏନାହିଁ।

-ଗବେଷକମାନଙ୍କ ଅନୁସାରେ ତେନ୍ତୁଳିକୁ ଖାଦ୍ୟରେ ସାମିଲ କଲେ ମଧୁମେହ ରୋଗ ବି ନିୟନ୍ତ୍ରିତ ହୋଇଥାଏ।

-ଏହାକୁ ଆପଣ ଫେସମାସ୍କ ଭାବେ ବି ବ୍ୟବହାର କରିପାରିବେ। ଦହି, ଚନ୍ଦନ କିମ୍ବା ମୁଲତାନି ମାଟି ସହ ତେନ୍ତୁଳ ରସକୁ ମୁହଁରେ ଲଗାଇଲେ ସୁଫଳ ମିଳିବ।

Comment