ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ରିକେଟ୍‌ ମହାସମର କ୍ରିକେଟ୍‌ ବିଶ୍ୱକପ୍‌ ୨୦୧୯ରେ ଶନିବାର ଦୁଇଟି ମ୍ୟାଚ୍‌ ଖେଳାଯାଉଛି। କାଡ୍ରିଫ୍‌ରେ ଅପରାହ୍‌ଣ ୩ଟାରେ ଘରୋଇ ଇଂଲଣ୍ଡ ବାହିନୀକୁ ଭେଟିଛି ବାଂଲାଦେଶ। ଅନ୍ୟପଟେ ଟଣ୍ଟନରେ ସନ୍ଧ୍ୟା ୬ଟା ବେଳେ ଆଫଗାନିସ୍ତାନ ଟିମ୍‌କୁ ଭେଟିବ ନ୍ୟୁଜିଲାଣ୍ଡ। ଆଜି ବିଶ୍ୱକପ୍‌ରେ ଦୁଇ ଦୁଇଟି ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ଦେଖିବାକୁ ମିଳିବ।

ଗତ ଜୁନ୍‌ ୩ରେ ପାକିସ୍ତାନଠାରୁ ହାରି ଇଂଲଣ୍ଡ ଘାଇଲା ହୋଇଛି। ତେବେ ଆଜିର ମ୍ୟାଚ୍‌ରେ ବାଂଲାଦେଶକୁ ହରାଇବା ଲକ୍ଷ ନେଇ ଘରୋଇ ଇଂଲଣ୍ଡ ଟିମ୍‌ ଆଜି ପଡ଼ିଆକୁ ଓହ୍ଲାଇଛି। ଅନ୍ୟପକ୍ଷରେ ବାଂଲାଦେଶ ମଧ୍ୟ ଦକ୍ଷିଣ ଆଫ୍ରିକାକୁ ହରାଇବା ଭଳି ଇଂଲଣ୍ଡକୁ ଧରାସାୟୀ କରିବା ଲକ୍ଷ ନେଇ ଖେଳିବ।

ଚଳିତ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ଟିମ୍‌ ଏପର୍ଯ୍ୟନ୍ତ ୨ଟି ମ୍ୟାଚ୍‌ ଖେଳି ଦୁଇଟି ଯାକ ମ୍ୟାଚ୍‌ରେ ବିଜୟ ଲାଭ କରିଛି। ଅନ୍ୟପକ୍ଷରେ ଆଫଗାନିସ୍ତାନ ୨ଟି ମ୍ୟାଚ୍‌ ଖେଳି ହାରିଛି। ତେବେ ଆଜିର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ହରାଇ ଆଫଗାନିସ୍ତାନ ତା’ର ବିଜୟ ଅଭିଯାନ ଆରମ୍ଭ କରିବାକୁ ଜେଷ୍ଟା କରିବ। ସେହିପରି ବିଜୟ ଧାରାକୁ ବଜାୟ ରଖି ଆଫଗାନିସ୍ତାନର ବାଟ ଓଗାଳିବା ଷ୍ଟ୍ରାଟେଜି ନେଇ ଖେଳିବ ନ୍ୟୁଜିଲାଣ୍ଡ ଟିମ୍‌।

Comment