ଓଡ଼ିଶାଲାଇଭ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିପାଇଁ ସେ ଲଗାତର ଯୋଗକୁ ନେଇ କିଛି ଭିଡିଓ ବି ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଏହିକ୍ରମରେ ଶନିବାର ମୋଦି ଅର୍ଦ୍ଧ ଚକ୍ରାସନ ଯୋଗାସନର ଏକ ଭିଡିଓ ସେୟାର କରିଛନ୍ତିା ଭିଡିଓ ସେୟାର କରି କ୍ୟାପସନ ବି ମୋଦି ଲେଖିଛନ୍ତିା ଏହି ଆସନ କରିବା ଦ୍ୱାରା ପିଠିଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ସେ କହିଛନ୍ତିା

‘‘ପିଠିକୁ ମଜବୁତ କରିବା ପାଇଁ, ଶରୀରରେ ରକ୍ତ ସଞ୍ଚାଳନ ପାଇଁ ଅର୍ଦ୍ଧ ଚକ୍ରାସନ କେତେ ଜରୁରୀ’’, ଟୁଇଟରେ ଲେଖିଛନ୍ତି ମୋଦି।

ଏହାପୂର୍ବରୁ ମୋଦି ଜୁନ ୬ରେ ଏକ ସୋସିଆଲ ମିଡିଆରେ ଆଉ ଏକ ପୋଷ୍ଟ କରିଥିଲେ। ସେଥିରେ ସେ ବୃକ୍ଷାସନର ଏକ ଭିଡିଓ ପୋଷ୍ଟ କରିଥିଲେ। ଏହି ଯୋଗାସନ ମସ୍ତିଷ୍କକୁ ସୁସ୍ଥ ରଖିଥାଏ ବୋଲି ସେ ଟୁଇଟରେ ଲେଖିଥିଲେ।

ଜୁନ ୫ରେ ପିଏମ ମୋଦି ଏକ ଭଡିଓ ସେୟାର କରିଥିଲେ। ଏଥିରେ ତାଡାସନ ଯୋଗ ଅଭ୍ୟାସର ଫାଇଦା ସମ୍ପର୍କରେ କହିଥିଲେ ମୋଦି।

ମୋଦି ଯୋଗ ଦିବସକୁ ନେଇ ସର୍ବ ପ୍ରଥମେ ଜୁନ ପହିଲାରେ ସୋସିଆଲ ମିଡିଆରେ ଭିଡଓ ସେୟାର କରିଥଲେ। ଏଥିରେ ସେ ଦେଶବାସୀଙ୍କୁ ଯୋଗକୁ ଜୀବନରୁ ଏକ ଅଙ୍ଗ କରିବାକୁ ଅପିଲ କରିଥିଲେ। ଅନ୍ୟଙ୍କୁ ମଧ୍ୟ ଯୋଗ ପାଇଁ ପ୍ରେରିତ କରିବାକୁ ସେ କହିଥିଲେ।

Comment