ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱକପରେ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। କାରଣ ୩ ସପ୍ତାହ ଯାଏଁ ଟିମରେ ଖେଳିବେନି ଶିଖର ଧଓ୍ୱନ। ଟିମର ‘ଗବ୍ବର’ କୁହାଯାଉ ଥିବା ଶିଖରଙ୍କ  ବାମ ହାତରେ ଆଘାତ ଲାଗି ଥିବାରୁ ସେ ୩ ସପ୍ତାହ ଯାଏଁ କୌଣସି ମ୍ୟାଚ ଖେଳିବେ ନାହିଁ।

ଅର୍ଥାତ ଜୁନ ୧୩ରେ ନ୍ୟୁଜିଲାଣ୍ଡ ଓ ଜୁନ ୧୬ରେ ପାକିସ୍ତାନ ସହ ହେବାକୁ ଥିବା ମ୍ୟାଚରେ ଟିମ ଶିଖରଙ୍କ ବିନା  ମଇଦାନକୁ ଓହ୍ଲାଇବ।

ସୂଚନା ଅନୁସାରେ, ରବିବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଶିଖରଙ୍କ ହାତରେ ଆଘାତ ଲାଗିଥିଲା। ତାଙ୍କ ବାମ ହାତର ଅଙ୍ଗୁଳି ଫ୍ୟାକଚର ହୋଇଥିବା ଜଣା ପଡ଼ିଥିଲା। ମାତ୍ର କଷ୍ଟକୁ ଖାତିର ନକରି ଶିଖର ଖେଳ ଜାରି ରଖିଥିଲେ। ସେ ୧୦୯ ବଲରେ ୧୧୭ ରନ କରି ଦମଦାର ଇନିଂସ ଖେଳିଥିଲେ।

ମାତ୍ର ହାତରେ ଆଘାତ ଲାଗିଥିବାରୁ ସେ ଫିଲ୍ଡିଂ କରିନଥିଲେ।

Comment