ଓଡ଼ିଶାଲାଇଭ୍ ବ୍ୟୁରୋ

ଅଧିକାଂଶ ଲୋକ ଜାଣି ନଥିବେ କାକୁଡ଼ି ଖାଇବା ପରେ ପାଣି ପିଇବା ଉଚିତ୍ ନା ନାହିଁ। କାକୁଡ଼ିରେ ୯୫ ପ୍ରତିଶତ ପାଣି ଥିବାରୁ ଲୋକମାନେ ଗ୍ରୀଷ୍ମୠତୁରେ ଅଧିକ ସେବନ କରିଥାନ୍ତି।

କିଛି ବିଶେଷଜ୍ଞଙ୍କ କହିବା କଥା ଯେ କାକୁଡ଼ି ଖାଇବା ପରେ ପାଣି ପିଇବା ଭଲ ନୁହେଁ, ଏହାଦ୍ୱାରା ହଜମରେ ବାଧା ସୃଷ୍ଟି ହୋଇଥାଏ। କାକୁଡ଼ି ଖାଇ ସାରିବା ପରେ ପାଣି ପିଇଲେ ଏଥିରେ ଥିବା ପୋଷକତତ୍ୱରୁ ବଞ୍ଚିତ ହେବେ। ଶରୀରରେ ପୋଷକତତ୍ୱ ଅବଶୋଷଣ ପାଇଁ କଞ୍ଚା ପରିବା ବା ଫଳ ଖାଇ ସାରିବା ପରେ ପାଣି ପିଇବା ଅନୁଚିତ୍।

କାକୁଡ଼ି ଖାଇବା ପରେ ପାଣି ପିଇଲେ ଜିଆଇ ବୃଦ୍ଧି ହୁଏ। ଫଳରେ ହଜମ ହେବାର ପ୍ରକ୍ରିୟାରେ ବାଧାପ୍ରାପ୍ତ ହୋଇଥାଏ।

କାକୁଡ଼ି ଖାଇବା ସହ ବା ପରେ ପାଣି ପିଇବା ଦ୍ୱାରା ଶରୀରରେ ପିଏଚ୍ ଲେବୁଲ ଅସନ୍ତୁଳିତ ହୋଇଥାଏ। ଖାଦ୍ୟ ହଜମ ପାଇଁ ପିଏଚ୍ ଲେବୁଲର ଆବଶ୍ୟକତା ହୋଇଥାଏ।

ଯଦି କାକୁଡ଼ି ସହ ଅଧିକ ପାଣି ପିଇଲେ, ତେବେ ଡାଇରିଆ ଭଳି ସମସ୍ୟାର ସମ୍ନା କରିବାକୁ ପଡ଼ିଥାଏ।

ସାଧାରଣତଃ କାକୁଡ଼ିରେ ୯୫ ପ୍ରତିଶତ ପାଣି ଥାଏ। ଏହା ଖାଇବା ପରେ ଶୋଷ ଲାଗି ନଥାଏ। କିନ୍ତୁ ପାଣି ପିଇବାକୁ ଚାହଁଥିଲେ କାକୁଡ଼ି ଖାଇବାର ୨୦ ମିନିଟ୍ ପରେ ପାଣି ପିଅନ୍ତୁ।

Comment