ଓଡ଼ିଶାଲାଇଭ୍ ବ୍ୟୁରୋ

ଫାଷ୍ଟଫୁଡ୍ ଶରୀର ପାଇଁ ହାନିକାରକ। ଏହା ତ ଆପଣମାନେ ଜାଣିଥିବେ। କିନ୍ତୁ ଫାଷ୍ଟଫୁଡରେ ଥିବା କେଉଁ ଜିନିଷ ଶରୀର ପାଇଁ କ୍ଷତିକାରୀ ତାହା ଜାଣିରଖନ୍ତୁ।

-ଫାଷ୍ଟଫୁଡରେ ଚଟପଟା ସ୍ୱାଦ ଯୋଗୁଁ କେବଳ ପିଲାମାନଙ୍କୁ ନୁହେଁ, ବଡ଼ମାନଙ୍କୁ ମଧ୍ୟ ତାହା ଭଲ ଲାଗେ । କିନ୍ତୁ ଆପଣ ଜାଣିଛନ୍ତି କି ଏହାକୁ ଖାଇବା ଦ୍ୱାରା ହୃଦରୋଗ ହେବାର ଆଶଙ୍କା ୫୨ ପ୍ରତିଶତ ବଢ଼ିଯାଏ। ବିଶେଷଜ୍ଞମାନଙ୍କ ଅନୁସାରେ ଫାଷ୍ଟଫୁଡରେ ଅଜିନୋମୋଟୋ ସମେତ ଅନେକ ହାନିକାରକ ରସାୟନିକ ଥାଏ, ଯାହାଦ୍ୱାରାକି ଆମ ଶରୀରର ମେଟାବୋଲିଜିମ୍ ପ୍ରଭାବିତ ହୋଇଥାଏ।

-ଫାଷ୍ଟଫୁଡରେ ଆଉ ଏକ ଅପକାରିତା ହେଲା ଏଥିରେ ମଇଦାକୁ ବ୍ୟବହାର କରାଯାଏ। ଯାହାଦ୍ୱାରାକି ଶରୀରରେ ଚର୍ବିର ପରିମାଣ ବୃଦ୍ଧି ହୋଇଥାଏ। ପରୋକ୍ଷରେ ଏହା ମୋଟାପଣ ସୃଷ୍ଟି କରେ।

– ଫାଷ୍ଟଫୁଡ୍ ପ୍ରସ୍ତୁତି ସମୟରେ କିଛି ପରିବା ଯେପରିକି ବନ୍ଧାକୋବି, ଗାଜର ପ୍ରଭୃତିକୁ ଭଲ ଭାବେ ସିଝାଯାଏ ନାହିଁ। ଏହାଯୋଗୁଁ ପେଟରେ ଗ୍ୟାସ୍ ସୃଷ୍ଟି ହୋଇଥାଏ।

-ସେହିପରି ଅତ୍ୟଧିକ ଫାଷ୍ଟଫୁଡ୍ ଖାଇବା ଦ୍ୱାରା ଏଥିରେ ଥିବା ଟ୍ରାନ୍ସଫ୍ୟାଟ୍ ଶରୀରରେ ଥିବା ଉପକାରୀ ଫ୍ୟାଟକୁ ହଟାଇ ମସ୍ତିଷ୍କର କାର୍ଯ୍ୟକ୍ଷମତାକୁ ପ୍ରଭାବିତ କରିଥାଏ। ଏହାଯୋଗୁଁ କୋଷ୍ଠକାଠିନ୍ୟ, ମାନସିକ ଚାପ, ମୁଣ୍ଡବିନ୍ଧା, ପେଟ ସମ୍ବନ୍ଧୀୟ ରୋଗ ହୋଇଥାଏ।

-ବିଶେଷଜ୍ଞମାନଙ୍କ ଅନୁସାରେ ଶରୀରରେ ଓମେଗା-୩ ଏବଂ ଓମେଗା ୬ର ଅନୁପାତ ୧:୧ ହେବା କଥା। କିନ୍ତୁ ଅଧିକ ଫାଷ୍ଟଫୁଡ୍ ଖାଇବା ଯୋଗୁଁ ଏହି ଅନୁପାତ ୧:୨୦ରୁ ୧:୨୫ପର୍ଯ୍ୟନ୍ତ ପହଞ୍ଚିଯାଏ।

Comment