ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ନିଜ ଫିଗରକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କ ଆଜି ଜନ୍ମଦିନ। ଦିଶା ଆଜି ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ଖୁବ କମ ସମୟରେ ବଲିଉଡରେ ସଫଳତା ପାଇଥିବା ଏହି ଅଭିନେତ୍ରୀ ବୟଫ୍ରେଣ୍ଡ ଟାଇଗର ଶ୍ରଫଙ୍କ ସହ ଜନ୍ମଦିନ ପାଳନ କରିବେ ବୋଲି ଶୁଣିବାକୁ ମିଳିଛି।

ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ଦିଶ ଏନେଇ ସୂଚନା ଦେଇଥିଲେ। ନିକଟରେ ଦିଶାଙ୍କ ଅଭିନୀତ ଫିଲ୍ମ ଭାରତ ରିଲିଜ ହୋଇଛି। ଫିଲ୍ମର ଏକ ‘ସ୍ଲୋ ମୋସନ’ ଗୀତରେ ଦିଶାଙ୍କୁ ଏକ ନିଆରା ଅନ୍ଦାଜରେ ଦେଖିବାକୁ ମିଳିଛି।

ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା କେମିତି ରହିଛି ତାଙ୍କ ଅଭିନୟ କ୍ୟାରିୟର

ଜଣେ ଭାରତୀୟ ଅଭିନେତ୍ରୀ ଏବଂ ମଡେଲ। ୨୦୧୫ରେ ଦିଶା ଏକ ତେଲୁଗୁ କଥାଚିତ୍ର ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ। ଏହାପରେ ୨୦୧୬ରେ ସେ ଏକ ହିନ୍ଦୀ ଗୀତରେ ଅଭିନେତା ଟାଇଗରଙ୍କ ସ‌ହ ଅଭିନୟ କରିଥିଲେ ଏବଂ ସେହିବର୍ଷ ‌ଏମ୍. ଏସ୍. ଧୋନି- ଦ ଅନଟୋଲ୍ଡ ଷ୍ଟୋରୀ‌ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ। ଏହି ଫିଲ୍ମରେ ଦିଶାଙ୍କୁ ଢ଼େର ଲୋକପ୍ରିୟତା ମିଳିଥିଲା।

୨୦୧୭ରେ ଦିଶା ଆଭିନେତା ସୋନୁ ଶୁଦ୍‌ଙ୍କ ଏବଂ ଜ୍ୟାକି ଚାନ୍‌ଙ୍କ ସ‌ହ ଏକ ଇଂରାଜୀ, ଚାଇନିଜ୍ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିଥିବା ‌କୁଙ୍ଗ୍ ଫୁ ଯୋଗ‌ରେ ଅଭିନୟ କରିଥିଲେ।

LEAVE A REPLY

Please enter your comment!
Please enter your name here