ଓଡ଼ିଶାଲାଇଭ୍‌ ବ୍ୟୁରୋ

????????????????????????

ମହାକାଶ କ୍ଷେତ୍ରରେ ସବୁଠାରୁ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି ଭାରତ। ମହାକାଶରେ ନିଜସ୍ୱ ସ୍ପେସ୍‌ ଷ୍ଟେସନ ପ୍ରତିଷ୍ଠା କରିବ ଭାରତୀୟ ସ୍ପେସ୍‌ ରିସର୍ଚ୍ଚ ଅର୍ଗାନାଇଜେସନ(ଇସ୍ରୋ)। ଏନେଇ ଯୋଜନା ଚାଲିଥିବା ଇସ୍ରୋ ମୁଖ୍ୟ କେ. ଶିଭନ୍‌ ଗୁରୁବାର ସୂଚନା ଦେଇଛନ୍ତି।

ଇସ୍ରୋର ‘ଗଗନାୟନ ମିଶନ’ ପରେ ଏହି କାର୍ଯ୍ୟ ଆରମ୍ଭ ହେବ ବୋଲି କେ. ଶିଭନ୍‌ କହିଛନ୍ତି। ଏହି ସ୍ପେସ୍‌ ଷ୍ଟେସନ ‘ଗଗନାୟନ ମିଶନ’ର ଏକ ଅଙ୍ଗ ଭାବେ କାମ କରିବ। ୨୦୨୧ ସୁଦ୍ଧା ‘ଗଗନାୟନ ମିଶନ’ ପୂରଣ କରିବାର ଲକ୍ଷ୍ୟ ରଖିଛି ଇସ୍ରୋ। ତେବେ ‘ଗଗନାୟନ ମିଶନ’ର ଜରିଆରେ ପ୍ରଥମଥର ପାଇଁ ମହାକାଶକୁ ଆଷ୍ଟୋନଟ୍‌ ପଠାଇବାର ଲକ୍ଷ୍ୟ ରଖିଛି ଭାରତ।

୨୦୩୦ ମଧ୍ୟରେ ମହାକାଶରେ ଭାରତ ନିଜର ସ୍ପେସ୍ ଷ୍ଟେସନ ନିର୍ମାଣ କରିବାର ଲକ୍ଷ ରଖିଛି। ଏହି ସ୍ପେସ ସେଣ୍ଟର ପ୍ରତିଷ୍ଠା ପରେ ଭାରତର ଅନ୍ତରୀକ୍ଷ ଯାତ୍ରୀ ୧୫-୨୦ ଦିନ ମହାକାଶରେ ବିତେଇ ପାରିବେ।

Comment