ଓଡ଼ିଶାଲାଇଭ୍‌ ବ୍ୟୁରୋ

ମସ୍ତି, ମଉଜ ଓ ଆମ ଓଡିଆ ସଂସ୍କୃତି ଏବଂ ପରମ୍ପରାକୁ ନେଇ ନିଆରା ଆମର ଏ ରଜ ପର୍ବ। ଏହାକୁ ଆହୁରି ରଙ୍ଗିନ୍‌ ଓ ମନୋରଞ୍ଜନ କରିବା ପାଇଁ ଆଜି ରଜ ବଜାରରେ ରିଲିଜ୍‌ ହେବାକୁ ଯାଉଛି ‘ତୁ ମୋ ଲଭ୍ ଷ୍ଟୋରୀ-୨’। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଓଲିଉଡ ଟିନ୍‌ ଏଜ୍‌ ଯୋଡ଼ି ସ୍ୱରାଜ ଏବଂ ଭୂମିକା।

‘ତୁ ମୋ ଲଭ୍ ଷ୍ଟୋରୀ-୨’ ବିଷୟରେ ଅଧିକ ଜାଣିବା ପାଇଁ ଓଡିଶାଲାଇଭ୍ ଟିମ୍ ଭେଟିଥିଲା ଫିଲ୍ମର ନାୟିକା ଭୂମିକାଙ୍କୁ। ପିଲ୍ମକୁ ନେଇ ସେ କେତେ ଆଶାବାଦୀ ଆମ ଟିମ୍‌ ଆଗରେ ଭୂମିକା କହିଛନ୍ତି।

ଫିଲ୍ମର ଲୋକେସନକୁ ନେଇ ଭୂମିକା କହିଥିଲେ, “ଏହି ଚଳଚିତ୍ରର କିଛି ଅଂଶ ଓଡିଶା ବାହାରେ ସୁଟିଙ୍ଗ ହୋଇଅଛି। ଆଣ୍ଡାମାନ, ପୋର୍ଟବ୍ଲେୟାର ଆଇଲ୍ୟାଣ୍ଡରେ ଏହି ଚଳଚ୍ଚିତ୍ର ସୁଟିଂ ହୋଇଥିବା ବେଳେ ଅନ୍ୟାନ୍ୟ ସଟ୍‌ ଓଡିଶାରେ ସୁଟିଙ୍ଗ ହୋଇଛି।”

ନୂଆ ତାରକାଙ୍କ ସହ ଏହି ଫିଲ୍ମରେ ଦେଖିବାକୁ ମିଳିବ ପୁରୁଣା ଯୋଡ଼ିଙ୍କୁ। ଭରପୁର ଡ୍ରାମା ସହିତ ଏହି ଫିଲ୍ମରେ ଦୁଇ ଦୁଇଟି ପ୍ରେମକାହାଣୀ ଦେଖିବାକୁ ମିଳିବ ବୋଲି ଭୂମିକା କହିଛନ୍ତି।

ଏହି ଚଳଚିତ୍ରରେ ହିଟ୍‌ ଯୋଡ଼ି ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁ ଚୌଧୁରୀଙ୍କୁ ଦେଖିବାକୁ ମିଳିବ। ଏମାନଙ୍କ ସହ କାମକରି ବେଶ ଖୁସି ଅନୁଭବ କରିଛନ୍ତି ବୋଲି ଭୂମିକା କହିଛନ୍ତି।

‘ତୁ ମୋ ଲଭ୍ ଷ୍ଟୋରୀ-୨’ ପିଲ୍ମକୁ ତାପସ ସରଗରିଆ ନିର୍ଦ୍ଦେଶନା ଦେଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ। ଏହି ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଦୀପକ ମିଶ୍ର।

ବହୁ କମ୍ ସମୟରେ ନିଜର ମନଛୁଆଁ ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟରେ ନିଜ ପାଇଁ ସ୍ୱତନ୍ତ୍ର ଜାଗା ବନେଇବାରେ ସଫଳ ହୋଇଛନ୍ତି ଭୂମିକା। ଦେଖାଯାଉ ଆଜି ରଜରେ ତାଙ୍କର ଏହି ଚଳଚିତ୍ର ଦର୍ଶକଙ୍କୁ କେତେଦୂର ପସନ୍ଦ ଆସୁଛି।

ଶେଷରେ ନିଜ ଫ୍ୟାନ୍‌ମାନଙ୍କୁ ରଜର ଶୁଭେଚ୍ଛା ଜଣାଇବା ସହ ନିଜର ପରିବାରକୁ ନେଇ ‘ତୁ ମୋ ଲଭ୍ ଷ୍ଟୋରୀ-୨’ ଫିଲ୍ମକୁ ଦେଖି ନିଜର ରଜକୁ ଆହୁରି ସ୍ପେସାଲ ବନାନ୍ତୁ ବୋଲି ଭୂମିକା କହିଛନ୍ତି।

Comment