ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡର ଜଣେ ଜଣାଶୁଣା ନାୟିକା ହେଲେ ଅନୁ ଚୌଧୁରୀ। ନିଜର ନିଖୁଣ ଅଭିନୟ ପାଇଁ ସବୁବଳ ଚର୍ଚ୍ଚାର ରହିଛନ୍ତି ଅନୁ। ଚଳିତବର୍ଷ ରଜ ବଜାରରେ ରିଲିଜ ହୋଇଛି ‘ତୁ ମୋ ଲଭ୍ ଷ୍ଟୋରୀ ୨’। ଏହି ଫିଲ୍ମରେ ସ୍ୱରାଜ, ଭୂମିକାଙ୍କ ସହିତ ବଡ଼ ପରଦାର ନଜର ଆସିବ ସିଦ୍ଧାନ୍ତ ଓ ଅନୁଙ୍କ ଯୋଡ଼ି।  ଏହି ଫିଲ୍ନ ବିଷୟରେ ଜାଣିବା ପାଇଁ ଓଡ଼ିଶାଲାଇଭ୍ ଟିମ୍ ସାକ୍ଷାତ କରିଥିଲା ଅନୁ ଚୌଧୁରୀଙ୍କୁ। ଏହି ସମୟର ନିଜ ଲାଇଫ ବିଷୟରେ କିଛି କଥା ସେୟାର କରିଛନ୍ତି ସେ।

ସିଦ୍ଧାନ୍ତ ମୋ ପ୍ରିୟ ଅଭିନେତା

‘‘ସିଦ୍ଧାନ୍ତ ହିଁ ମୋ’ ପ୍ରିୟ ଅଭିନେତା। ସେ ମତେ ବହୁତ କିଛି ଶିଖାଇଛନ୍ତି’’, ଓଡ଼ିଶାଲାଇଭକୁ କହିଛନ୍ତି ଅନୁ।

ଡୋରା ଅନୁଙ୍କ ଫେଭରାଇଟ ଫିଲ୍ମ

ରୋମାଣ୍ଟିକ୍ ଫିଲ୍ମ ‘ଡୋରା’ ହେଉଛି ଅନୁ ଚୌଧୁରୀଙ୍କ ଫେଭରାଇଟ୍ ଫିଲ୍ମ।

ଅନୁଙ୍କ ଫିଟନେସ ସିକ୍ରେଟ

ଅନୁ କହିଛନ୍ତି, ‘‘ମୋ ଫିଟନେସର ରାଜ ହେଉଛି ଖୁସି। ସବୁବେଳେ ଖୁସି ଏବଂ ସକରାତ୍ମକ ଚିନ୍ତାଧାରା ରଖତଲେ ଜଣେ ଫିଟ୍ ରହିପାରିବ।

ଅନୁ ଚୌଧୁରୀଙ୍କ ପ୍ରେରଣା ଦର୍ଶକ

ଅନୁ ଚୌଧୁରୀଙ୍କ ପ୍ରେରଣା ତାଙ୍କ ବାପା ମା’। ସେ କୁହନ୍ତି ଯେ ବାପାମା’ଙ୍କ ଆଶୀର୍ବାଦ ବିନା ଲାଇଫରେ କିଛି ସମ୍ଭବ ନୁହେଁ। ତାଙ୍କ ଆଶୀର୍ବାଦ ଯୋଗୁଁ ଦର୍ଶକ ମତେ ତାଙ୍କ ହୃଦୟରେ ସ୍ଥାନ ଦେଇପାରିଛନ୍ତି। ଏବଂ ଦର୍ଶକମାନେ ମଧ୍ୟ ତାଙ୍କର ପ୍ରେରଣା।

ଅଭିନୟ ମୋ’ ପାଇଁ ଅମ୍ଳଜାନ

ସେ ଆହୁରି ମଧ୍ୟ କହିଛନ୍ତି, ‘‘ଆକ୍ଟିଂ ମୋ’ ପାଇଁ ଅମ୍ଳଜାନ।

ଅନୁ ଚୌଧୁରୀଙ୍କୁ ଓଲିଉଡରେ ବ୍ରେକ୍ ଦେଇଥିଲେ ନିର୍ମାତା ସନକ ଦେବତା। ‘ମା’ ଗୋଜବାୟାଣୀ’ର ନିର୍ଦ୍ଦେଶନା ଦେଇଥିଲେ ବସନ୍ତ ସାହୁ। ଏଥିରେ ମନୋଜ ପଣ୍ଡା, କୁନା ତ୍ରିପାଠୀ ଓ ପ୍ରିୟମ୍ବଦା ରାୟ ପ୍ରମୁଖ ମଧ୍ୟ ଅଭିନୟ କରିଥିଲେ।

Comment