ଓଡ଼ିଶାଲାଇଭ୍ ବ୍ୟୁରୋ

ସୋମବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି ସ୍ନାନମଣ୍ଡପକୁ ଆସିବେ ଶ୍ରୀଜୀଉ। ସେବାୟତମାନେ ତିନି ଠାକୁରଙ୍କୁ ପହଣ୍ଡିରେ ସ୍ନାନମଣ୍ଡପରେ ବିଜେ କରିବା ପରେ ସ୍ୱତନ୍ତ୍ର ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯିବ। ପରେ ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁ ସ୍ନାନ କରିବେ।

ପରମ୍ପରା ଅନୁଯାୟୀ ମହାପ୍ରଭୁ ଜଗନ୍ନାଥ ୩୫ ଗରା, ବଳଭଦ୍ର ୩୩, ଦେବୀ ସୁଭଦ୍ରା ୨୨ ଏବଂ ସୁଦର୍ଶନ ୧୮ ଗରା ଜଳରେ ସ୍ନାନ କରିବେ। ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିବା ପାଇଁ ପୁରୀରେ ଆଜିଠୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଭିଡ଼ ନିୟନ୍ତ୍ରଣ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Deva Snana Purnimaସ୍ନାନ ପରେ ମହାପ୍ରଭୁଙ୍କ ହାତୀ ବା ଗଜାନନ ବେଶ ଆରମ୍ଭ ହେବ। ସନ୍ଧ୍ୟାରେ ମହାପ୍ରଭୁ ହାତୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବା ପରେ ମହାପ୍ରଭୁଙ୍କୁ ଅଣସର ଘରକୁ ନିଆଯିବ।

୧୪ ଦିନ ପର୍ଯ୍ୟନ୍ତ ଅଣସର ଘରେ ରହିବେ ମହାପ୍ରଭୁ। ୧୦୮ ଗରା ପାଣିରେ ସ୍ନାନ କରିଥିବାରୁ ମହାପ୍ରଭୁଙ୍କୁ ଜର ହେବ। ରାଜ ବୈଦ୍ୟ ତାଙ୍କର ଉପଚାର କରିବେ। ଅଣସର ଘରୁ ବାହାରିବା ପରେ ମହାପ୍ରଭୁ ରଥରେ ବସି ମଉସୀ ଘରକୁ ଯିବେ।

Comment