ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରତିବର୍ଷ ପରି ଚଳିତବର୍ଷ ଜ୍ୟେଷ୍ଠ ପୂର୍ଣ୍ଣମୀ ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ପୂର୍ଣ୍ଣମୀ ଅନୁଷ୍ଠିତ ହୋଇଛି। ରାଜ୍ୟରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଲୋକମୁଖରେ ପରିଚିତ ବାରିପଦାର ଶ୍ରୀହରିବଳଦେବ ଜୀଉଙ୍କ ମନ୍ଦିର ବେଢ଼ାରେ ଏହି ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଛି। ବାରିପଦା ପରମ୍ପରା ଅନୁଯାୟୀ ବଡ଼ି ଭୋରରୁ ତିନି ଠାକୁରଙ୍କ ସମଗ୍ର ନୀତି କରାଯାଇ ଶ୍ରୀଜୀଉଙ୍କୁ ପହଣ୍ଡି କରାଯାଇଥିଲା ସ୍ନାନ ମଣ୍ଡପକୁ।

ପରମ୍ପରା ଅନୁସାରେ ତିନି ଠାକୁରଙ୍କ ଅଙ୍ଗରେ ପ୍ରଲେପ କରାଯାଇ ଘିଅ ମହୁ ଦୁଧ ପଇଡ଼ ପାଣିରେ ସ୍ନାନ କରାଯାଇଥାଏ। ପରେ ବିଶୁଦ୍ଧ ଜଳରେ ମହାସ୍ନାନ କରାଯାଇଥିଲା। ପରେ ଶ୍ରୀହରିବଳଦେବ ଜୀଉଙ୍କ ଅଙ୍ଗରେ ପ୍ରଲେପ କରାଯାଇ ହାତୀ ବେଶ କରାଯାଇଛି। ଅପରାହ୍ଣରେ ହାତୀ ବେଶରେ ମହାପ୍ରଭୁ ଭକ୍ତମାନଙ୍କୁ ଦର୍ଶନ ଦେବାର ପରମ୍ପରା ରହିଛି।

ସେଥିପାଇଁ ବାରିପଦାର ଶ୍ରୀ ହରିବଳଦେବ ଜୀଉଙ୍କ ମନ୍ଦିର ବେଢ଼ାରେ ପ୍ରବଳ ଜନସମାଗମ ହୋଇଥିଲା। ଶ୍ରଦ୍ଧାଳୁ ଭକ୍ତମାନେ ସ୍ନାନ ବେଦୀରେ ତିନି ଠାକୁରଙ୍କ ଦର୍ଶନ କରିଥିଲେ। କଥାରେ ଅଛି ସ୍ନାନ ବେଦୀରେ ତିନି ଠାକୁରଙ୍କ ଦର୍ଶନ କଲେ ମହାପୂଣ୍ୟ ଅର୍ଜନ କରିଥାନ୍ତି ଶ୍ରଦ୍ଧାଳୁ ଭକ୍ତମାନେ। ସେଥିପାଇଁ ବାରିପଦାର ଶ୍ରୀ ମନ୍ଦିର ବେଢ଼ାରେ ପ୍ରବଳ ଜନସମାଗମ ହୋଇଥିଲା। ତାହାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ପ୍ରତି ଦୃଷ୍ଟି ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here