ଓଡ଼ିଶାଲାଇଭ୍ ବ୍ୟୁରୋ

ସରିଛି ମହାପ୍ରଭୁଙ୍କ ମହାସ୍ନାନ। ଗଜପତି ମହାରାଜ ଦିବ୍ୟ ସିଂହ ଦେବ ଛେରା ପହଁରା କାର୍ଯ୍ୟ କରିଛନ୍ତି। ଏପହାପରେ ମହାପ୍ରଭୁଙ୍କୁ ଗଣପତି ତଥା ହାତୀ ବେଶରେ ସଜ୍ଜିତ କରାଯାଇଛି। ଏହାପରେ ସ୍ନାନ ମଣ୍ଡପ ଉପରେ ଶୋଧ କରାଯାଇଛି।

ବର୍ତ୍ତମାନ ହାତୀ ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ମହାପ୍ରଭୁଙ୍କର ଏହି ସୁନ୍ଦର ବେଶ ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଲାଗି ରହିଛି। ଶ୍ରଦ୍ଧାଳୁଙ୍କ ସମାଗମକୁ ଦେଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ହାତୀ ବେଶ ପରେ ସାଢ଼େ ୭ଟାରୁ ସାହାଣମେଲା ଦର୍ଶନ ହେବ। ପରେ ମହାପ୍ରଭୁ ଅଣସର ଗୃହକୁ ଯିବେ।

୧୪ ଦିନ ପର୍ଯ୍ୟନ୍ତ ଅଣସର ଘରେ ରହିବେ ମହାପ୍ରଭୁ। ୧୦୮ ଗରା ପାଣିରେ ସ୍ନାନ କରିଥିବାରୁ ମହାପ୍ରଭୁଙ୍କୁ ଜର ହେବ। ରାଜ ବୈଦ୍ୟ ତାଙ୍କର ଉପଚାର କରିବେ। ଅଣସର ଘରୁ ବାହାରିବା ପରେ ମହାପ୍ରଭୁ ରଥରେ ବସି ମାଉସୀ ଘରକୁ ଯିବେ।

LEAVE A REPLY

Please enter your comment!
Please enter your name here