ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା। ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁ ସ୍ନାନ କରିବେ। ସ୍ନାନ ପରେ ମହାପ୍ରଭୁଙ୍କୁ ଅଣସର ଘରକୁ ନିଆଯିବ। ୧୦୮ ଗରା ପାଣିରେ ସ୍ନାନ କରିଥିବାରୁ ମହାପ୍ରଭୁଙ୍କୁ ଜର ହେବ। ରାଜ ବୈଦ୍ୟ ତାଙ୍କର ଉପଚାର କରିବେ। ମହାପ୍ରଭୁ ଶ୍ରୀମନ୍ଦିରରୁ ଅଣସର ପିଣ୍ଡିକୁ ବିଜେ କରିବା ପରେ ବ୍ରହ୍ମଗିରିସ୍ଥିତ ଅଲାରନାଥଙ୍କ ଦର୍ଶନ ଆରମ୍ଭ ହେବ। ୧୫ ଦିନ ଯାଏଁ ହୁଏନି ଶ୍ରୀଜୀଉଙ୍କ ପ୍ରତ୍ୟେକ୍ଷ ଦର୍ଶନ।

ସ୍ନାନଯାତ୍ରା ପରେ ମହାପ୍ରଭୁ ୧୪ ଦିନ ପର୍ଯ୍ୟନ୍ତ ଅଣସର ଘରେ ରହିବେ। ଏହି ସମୟରେ ଭକ୍ତମାନେ ଅଲାରନାଥଙ୍କ ଦର୍ଶନ କରିଥାନ୍ତି। ଏହି ସମୟରେ ଜଗନ୍ନାଥଙ୍କ ସମଫଳ ଶ୍ରୀ ଅଲାରନାଥଙ୍କ ଦର୍ଶନରୁ ମିଳିଥାଏ।

ଅଣସର ଦର୍ଶନ ପାଇଁ ଶ୍ରୀ ଅଲାରନାଥ ମନ୍ଦିରରେ ପ୍ରସ୍ତୁତି ଜୋରସୋର ଚାଲିଛି।

LEAVE A REPLY

Please enter your comment!
Please enter your name here