ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୌସୁମୀ ବର୍ଷାରେ ଓଦା ହେବ ସାରା ଓଡ଼ିଶା। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ। ଏହା ପୂର୍ବରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ତେବେ ଆସନ୍ତାକାଲିଠାରୁ ବର୍ଷାର ପରିମାଣ ବଢ଼ିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ଦକ୍ଷିଣ ଓଡ଼ିଶା ଦେଇ ରାଜ୍ୟରେ ପ୍ରବେଶ କରିବ ମୌସୁମୀ ବାୟୁ। ତେଣୁ ପ୍ରାକ୍‌ ମୌସୁମୀ ପ୍ରଭାବରୁ ଗୁରୁବାରଠାରୁ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ। ବିଶେଷ କରି ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ମାଲକାନଗିରି, କୋରାପୁଟ, ପୁରୀ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଗଜପତି, ଗଞ୍ଜାମ, ଜଗତସିଂହପୁର ଜିଲ୍ଲାରେ ବର୍ଷ ହେବ। ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଯୋଗୁଁ ବର୍ଷାର ପ୍ରଭାବ ବେଶ ରହିବ। ତେବେ ଏହି ଲଘୁଚାପ ହିଁ ଓଡ଼ିଶାରେ ମୌସୁମୀକୁ ଆଣିବ।

Comment