ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ପ୍ରସ୍ତାବକୁ ସମର୍ଥନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
ନବୀନ ଏ ସମ୍ପର୍କରେ କହିଛନ୍ତି, ‘‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସ୍ତାବକୁ ଆମ ଦଳ ସମର୍ଥନ କରୁଛି।’’
ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସ୍ତାବ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସର୍ବଦଳୀୟ ବୈଠକ ଡାକିଥିଲେ। ବିଭିନ୍ନ ରାଜନୀତିକ ଦଳର ସଭାପତିମାନଙ୍କୁ ଏହି ବୈଠକକୁ ଡାକିଥିଲେ। ଏଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ।
ମୋଦିଙ୍କର ଏହି ପ୍ରସ୍ତାବକୁ କଂଗ୍ରେସ ଗ୍ରହଣ କରିନାହିଁ। କେବଳ କଂଗ୍ରେସ ନୁହେଁ,ମୋଟ ୮ଟି ଦଳ ସର୍ବ ଦଳୀୟ ବୈଠକରେ ଯୋଗ ଦେଇ ନଥିଲେ।
ସର୍ବ ଦଳୀୟ ବୈଠକରେ ଯୋଗ ଦେବା ପାଇଁ ନବୀନ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଆସନ୍ତାକାଲି ମୋଦି ଉଭୟ ରାଜ୍ୟସଭା ଏବଂ ଲୋକସଭା ସାଂସଦମାନଙ୍କର ବୈଠକ ଡାକିଛନ୍ତି। ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସଙ୍ଗରେ ଆଲୋଚନା କରିବେ।


















