ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବରୁ ଯୁକ୍ତ ୨ ବିଜ୍ଞାନ ଫଳ ପ୍ରକାଶ ପାଇସାରିଥିବା ବେଳେ ଆସନ୍ତା ଜୁନ ୨୧ ଅପରାହ୍ନ ସାଢ଼େ ୩ଟାରେ +୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି।

ମାର୍ଚ୍ଚ ୭ ତାରିଖରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ହୋଇଥିବା ଯୁକ୍ତ ଦୁଇ ପରୀକ୍ଷାରେ କଳାରେ ୨ଲକ୍ଷ ୩୫ହଜାର ୧୮୩ ଜଣ, ବାଣିଜ୍ୟରେ ୨୬,୨୭୮ ଜଣ  ଓ ଧନ୍ଦାମୂଳକ ପରୀକ୍ଷାରେ ୮ ହଜାର ୫୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

Comment