ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵକପର ୨୮ତମ ମ୍ୟାଚରେ ଭାରତ ଓ ଆଫଗାନିସ୍ତାନ ଟିମ୍‌ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ଵିକେଟ ହରାଇ ୨୨୪ ରନ କରିବାକୁ ସକ୍ଷମ ହୋଇଛି।

ଆଫଗାନିସ୍ତାନ ବୋଲରଙ୍କୁ ସାମ୍ନା କରି ନପାରି ଭାରତ ପକ୍ଷରୁ ବିସ୍ଫୋରକ ଓପନର ରୋହିତ ଶର୍ମା ତତୁର୍ଥ ଓଭରରେ ବ୍ୟକ୍ତିଗତ ୧ ରନ କରି ପାଭିଲିୟନ ଫେରି ଯାଇଥିଲେ।

ପରେ ଲୋକେଶ ରାହୁଲ ଓ ବିରାଟ କୋହଲି ଉତ୍ତମ ଭାଗିଦାରୀ ମାଧ୍ୟମରେ ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ଦଳୀୟ ସ୍କୋର ୬୪ ହୋଇଥିବା ବେଳେ ଲୋକେଶ ମଧ୍ୟ ଆଉଟ ହୋଇଯାଇଥିଲେ।

ଦଳ ପକ୍ଷରୁ ବିରାଟ କୋହଲି ଓ କେଦାର ଯାଦବ ଅର୍ଦ୍ଧଶତକ ହାସଲ କରିଥିଲେ। ମହେନ୍ଦ୍ର ସିଂ ଧୋନି ୨୮ ଓ ବିଜୟ ଶଙ୍କର ୨୯ ରନ କରିଥିଲେ। ଅନ୍ୟ କୌଣସି ବି ବ୍ୟାଟ୍ସମ୍ୟାନ ୨ ଅଙ୍କ ଛୁଇଁ ପାରିନଥିଲେ।

ଫଳରେ ଦଳ ୨୨୪ ରନ କରିବାକୁ ସକ୍ଷମ ହୋଇଥିଲା। ଆଫଗାନିସ୍ତାନକୁ ଜିତିବାକୁ ହେଲେ ୫୦ ଓଭରରେ ୨୨୫ରନ କରିବାକୁ ପଡିବ।

Comment