ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ସିରିଏଲ ‘ମହାଭାରତ’ରେ ଭିଷ୍ମ ପିତାମହଙ୍କ ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲେ ଅଭିନେତା ମୁକେଶ ଖାନ୍ନା। ‘ମହାଭାରତ’ ପରେ ସେ ପୁଣି ଥରେ ଏକ ଦମଦାର ଚରିତ୍ରରେ ଦର୍ଶକଙ୍କୁ ଖୁବ ମନୋରଞ୍ଜନ କରାଇଥିଲେ।
ଏଥିରେ ଅଭିନୟ କରି ସେ ଛୋଟ ପିଲାଙ୍କର ପ୍ରିୟ ହୋଇଥିଲେ। ଏହି ଚରିତ୍ର ଥିଲା ଶକ୍ତିମାନ। ସେହି ସମୟରେ ତାଙ୍କ ପୋଷକ ଓ ଷ୍ଟାଇଲକୁ ପିଲାମାନେ କପି କରିବାକୁ ଲାଗିଥିଲେ। ଆଜି ହେଉଛି ଏହି ଲୋକପ୍ରିୟ ଅଭିନେତାଙ୍କ ୬୦ତମ ଜନ୍ମଦିନ।
୧୯୫୮ ମସିହା ଆଜିର ଦିନରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ ମୁକେଶ ଖାନ୍ନା।
‘ଚନ୍ଦ୍ରକାନ୍ତା’, ‘ୟୁଗ’, ‘ବ୍ରହ୍ମା’ ,‘ଏହସାସ’, ‘ମର୍ଯ୍ୟାଦା’ ଆଦି ସିରିଏଲରେ ଅଭିନୟ କରିଛନ୍ତି ସେ। ଅବଶ୍ୟ ଏବେ ସେ ଅଭିନୟ ଦୁନିଆଁରୁ ଦୂରେଇ ରହିଛନ୍ତି। ରିପୋର୍ଟ ଅନୁସାରେ ସେ ଏକ ଆକ୍ଟିଂ ସ୍କୁଲ ଖୋଲିଛନ୍ତି।
ଅଭିନୟରୁ ଦୀର୍ଘଦିନରୁ ଦୂରେଇ ରହିଥିଲେ ବି ଆଜି ବି ତାଙ୍କ ଷ୍ଟାରଡମ୍ ଦର୍ଶକଙ୍କ ଭିତରେ ରହିଛି।














