ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ୍ ଅଭିନେତ୍ରୀ ତଥା ସମାଜବାଦୀ ପାର୍ଟିର ସାଂସଦ ଜୟା ବଚ୍ଚନଙ୍କ ଉପରେ ବର୍ଷିଲେ ଟିଭି ଜଗତର ଶକ୍ତିମାନ କୁହାଯାଉଥିବା ମୁକେଶ ଖାନ୍ନା। ବଲିଉଡରେ ଡ୍ରଗ୍ସ ଲିଙ୍କ୍ ମାମଲା ଓ ସଂସଦରେ ଏହାକୁ ନେଇ ଚାଲିଥିବା ବାକଯୁଦ୍ଧକୁ ବିରୋଧ କରି ମୁକେଶ ଜୟା ବଚ୍ଚନଙ୍କୁ ଟାର୍ଗେଟ୍ କରିଛନ୍ତି।

ମୁକେଶ କହିଛନ୍ତି, “ବଲିଉଡ୍ କାହା ବାପାର ନୁହେଁ, ଏଠି ସମସ୍ତେ ପରିଶ୍ରମ କରିଥାନ୍ତି। ହେଲେ ଏବେ ଏଥିରେ ନପୋଟିଜିମ୍ ଓ ଗ୍ରୁପ ବଢ଼ିଯାଇଛି। ଯଦି ବଲିଉଡରେ ଡ୍ରଗ୍ସ କାରବାରର ତଦନ୍ତ କରିବାକୁ ଜଣେ ସାଂସଦ କହିବା ପରେ ତମେ ତାକୁ ବିରୋଧ କରୁଛ ତେବେ ଏହା ହାସ୍ୟାସ୍ପଦ କଥା।”

କିଛି ଦିନ ତଳେ ଡ୍ରଗ୍ସ କାରବାର ଓ ବଲିଉଡରେ ଏହାର ପ୍ରଭାବକୁ ନେଇ ଅଧିକ ତଦନ୍ତ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ବିଜେପି ସାଂସଦ ତଥା ଅଭିନେତା ରବି କିଷାନ। ହେଲେ ଏହାର ଠିକ୍ ପରଦିନ ସଂସଦରେ ଏହାକୁ ବିରୋଧ କରିଥିଲେ ଅଭିନେତ୍ରୀ ତଥା ନେତ୍ରୀ ଜୟା ବଚ୍ଚନ। ସେ କହିଥିଲେ ଯେ ‘ଯେଉଁ ଥାଳିରେ ଖାଉଛ, ସେହି ଥାଳିରେ କଣା କରୁଛ’।

ଜୟାଙ୍କ ଏହି କଥାକୁ କିଛି ଲୋକ ସମର୍ଥନ କରୁଥିବାବେଳେ କିଛି ଲୋକ ଏହାକୁ ବିରୋଧ କରୁଛନ୍ତି। କିଛି ଲୋକଙ୍କ ପାଇଁ ପୂରା ବଲିଉଡକୁ ବଦନାମ କରାଯାଉଛି ବୋଲି ଗୋଟିଏ ଗୋଷ୍ଠୀ କହୁଥିବାବେଳେ ଅନ୍ୟ ଗୋଷ୍ଠୀ ବଲିଉଡରେ ଚାଲିଥିବା ବଂଶବାଦ ଓ ଡ୍ରଗ୍ସ କାରବାର ଘଟଣାକୁ ରୋକିବାକୁ ଅନୁରୋଧ କରିଛି।

Comment