ଓଡ଼ିଶାଲାଇଭ୍ ବ୍ୟୁରୋ

ଅଭିନେତା ମୁକେଶ ଖାନ୍ନା ନବେ ଦଶକରେ ନିଜର ‘ଶକ୍ତିମାନ’ ଧାରାବାହିକ ପାଇଁ ବେଶ୍ ଲୋକପ୍ରିୟ ହୋଇପାରିଥିଲେ। ଏବେ ଏହି ଚରିତ୍ରକୁ ନେଇ ସେ ନିର୍ମାଣ କରିବାକୁ ଯାଉଛନ୍ତି ଫିଲ୍ମ। ୨୦୨୧ ମସିହାରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି।

ମୁକେଶ କହିଛନ୍ତି ଯେ, ଏହା ତାଙ୍କ ପାଇଁ ସ୍ୱପ୍ନ ସତ ହେଲା ଭଳି। ଶକ୍ତିମାନ ଭାରତର ପ୍ରଥମ ହିରୋ ଥିଲେ। ତେଣୁ ତାଙ୍କ ଉପରେ ଏବେ ଫିଲ୍ମ ନିର୍ମାଣ ହେବାକୁ ଯାଉଥିବାରୁ ସେ ଖୁସି ଥିବା କହିଛନ୍ତି। ଶକ୍ତିମାନ ଚରିତ୍ରରେ ନିଜେ ମୁକେଶ ଖାନା ହିଁ ନଜର ଆସିବେ। ଏହାକୁ ତିନୋଟି ଫ୍ରାଞ୍ଚାଇଜ୍ ଫିଲ୍ମ ମାଧ୍ୟମରେ ରିଲିଜ୍ କରାଯିବ। ପ୍ରଥମ ଫିଲ୍ମର ସୁଟିଂ ୨୦୨୧ ମସିହାରୁ ଆରମ୍ଭ ହେବ ବୋଲି ମୁକେଶ ସୂଚନା ଦେଇଛନ୍ତି।ଏଥିସହ ମୁକେଶ ଆହୁରି ମଧ୍ୟ କହିଛନ୍ତି ଯେ, ଶକ୍ତିମାନକୁ ଦେଖି ଗୋଟିଏ ପିଢ଼ି ବଡ଼ ହୋଇଛି। ସେଥିରୁ ପିଲାମାନେ ଅନେକ କିଛି ଶିକ୍ଷା ଅର୍ଜନ କରିଛନ୍ତି। ଏବେ ଶକ୍ତିମାନ ୨.୦ ରିଲିଜ୍ ହେଲେ ଆଉ ଗୋଟିଏ ପିଢ଼ି ମଧ୍ୟ ଅନେକ କିଛି ନୂଆ ଜ୍ଞାନ ପାଇପାରିବ।

ମୁକେଶ ଖାନ୍ନାଙ୍କ ଅଭିନୀତ ଶକ୍ତିମାନ ଧାରାବାହିକ ୧୯୯୭ରୁ ୨୦୦୫ ମଧ୍ୟରେ ଦୂରଦର୍ଶନରେ ପ୍ରସାରିତ ହେଉଥିଲା। ଏହି ଧାରାବାହିକକୁ ଦେଖିବା ପାଇଁ ପିଲାଙ୍କଠାରୁ ଆରମ୍ଭ କରି ଯୁବବର୍ଗଙ୍କ ମଧ୍ୟରେ ଅଦ୍ଭୁତପୂର୍ବ ଉତ୍ସାହ ଦେଖିବାକୁ ମିଳୁଥିଲା।

LEAVE A REPLY

Please enter your comment!
Please enter your name here