ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବି ଆର ଚୋପ୍ରାଙ୍କ ‘ମହାଭାରତ’ରେ କୃଷ୍ଣଙ୍କ ବ୍ୟତୀତ, ଯେଉଁ ଚରିତ୍ର ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା, ସେ ଥିଲା ପିତାମହ ଭୀଷ୍ମ ଚରିତ୍ର। ଏଥିରେ ଅଭିନୟ କରିଥିଲେ ଅଭିନେତା ମୁକେଶ ଖାନ୍ନା।  ସମସ୍ତେ ତାଙ୍କ ପୋଷାକଠାରୁ ଆରମ୍ଭ କରି ଅଭିନୟକୁ ପସନ୍ଦ କରିଥିଲେ। 

ବାସ୍ତବରେ ମୁକେଶ ଖାନ୍ନା ମହାଭାରତରେ ଅର୍ଜୁନ ହେବାକୁ ଚାହୁଁଥିଲେ। ଏହି ସୋ’ର ନିର୍ଦ୍ଦେଶକ ଥିଲେ ଗୋଫି ପେଣ୍ଟାଲ ଯିଏକି ‘ମହାଭାରତ’ରେ ଶକୁନି ଭୂମିକାରେ ଅଭିନୟ କରିଥିଲେ। ଏହା ସହିତ ସେ ‘ମହାଭାରତ’ର କାଷ୍ଟିଂ ନିର୍ଦ୍ଦେଶକ ଥିଲେ। ଗୋଫି ପ୍ରଥମେ ମୁକେଶଙ୍କୁ ଡାକିଥିଲେ।

ଦୁହେଁ ଏକ ବିଜ୍ଞାପନରେ ଏକାଠି କାମ କରିଥିଲେ । ଯେତେବେଳେ ତାଙ୍କୁ କେଉଁ ଭୂମିକା ଦିଆଯିବ ବୋଲି ମୁକେଶ ଖାନ୍ନା ପଚାରିଥିଲେ, ଗୋଫି ଚାରୋଟି ନାମ ନେଇଥିଲେ ଅର୍ଜୁନ, କର୍ଣ୍ଣ, କୃଷ୍ଣ ଏବଂ ଭୀଷ୍ମ। ଏହା ପରେ ମୁକେଶ ଅଡିସନ ଦେଇଥିଲେ। ମୁକେଶ ଚାହୁଁଥିଲେ ଯେ ସେ କୃଷ୍ଣ କିମ୍ବା ଅର୍ଜୁନଙ୍କ ଭୂମିକା କରିବେ। କିନ୍ତୁ ଗୋଫି ମୁକେଶଙ୍କୁ କହିଥିଲେ ଯେ ବି.ଆର ଚୋପ୍ରା ତାଙ୍କୁ ଦୁର୍ଯ୍ୟୋଧନଙ୍କ ଭୂମିକା ପାଇଁ ବାଛିଛନ୍ତି।

ମୁକେଶ ଏହି ଚରତ୍ର ପାଇଁ ମନା କରିଦେଇଥିଲେ। ସେତେବେଳକୁ କୃଷ୍ଣ, ଅର୍ଜୁନ ଏବଂ କର୍ଣ୍ଣଙ୍କ ଭୂମିକା ଅନ୍ୟମାନଙ୍କୁ ଦିଆ ସରିଥିଲା। ଏହା ପରେ ମୁକେଶଙ୍କୁ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଭୂମିକା ପ୍ରଦାନ କରାଯାଇଥିଲା। ସେ ଏହି ଚରିତ୍ରକୁ ହଁ ମଧ୍ୟ କରିଥିଲେ।  ହେଲେ କୌଣସି କାରଣରୁ ଗୋଫି ପୁଣି ମକେଶଙ୍କୁ ଫୋନ କରି କହିଥିଲେ ଯେ ତାଙ୍କୁ ଭୀଷ୍ମଙ୍କ ଚରିତ୍ରରେ ଅଭିନୟ ପାଇଁ ବଛାଯାଇଛି। ଶେଷରେ ମୁକେଶ ଏହି ଚରିତ୍ରରେ ଅଭିନୟ କରିଥିଲେ।

Comment