ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବି ଆର ଚୋପ୍ରାଙ୍କ ମହାଭାରତ ପରେ ଟିଭିର ସିଦ୍ଧାର୍ଥ ତିଓ୍ୱାରୀଙ୍କ ମହାଭାରତକୁ ଅପାର ଭଲ ପାଇବା ମିଳିଥିଲା। ଭାରତୀୟ ଟେଲିଭିଜନରେ ୧୦୦ କୋଟି ବଜଟେରେ ପ୍ରସ୍ତୁତ ପ୍ରଥମ ସୋ ଥିଲା ମହଭାରତ। ଷ୍ଟାରପ୍ଲସରେ ୨୦୧୩ରେ ଏହି ସୋ’ର ପ୍ରସାରଣ କରାଯାଇଥିଲା। ଏହି ସୋ’ ରେ କଳାକାରମାନେ ଦମଦାର ଅଭିନୟ କରିଥିଲେ। ଆଜି ସେମିତି କିଛି ଅଭିନେତ୍ରୀଙ୍କୁ ଜାଣିବା ଯିଏ ମହାଭାରତରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନିଖୁଣ ଅଭିନୟ କରିଥିଲେ।

ରିୟା ଦେପସୀ

ମହାଭାରତରେ ଗାନ୍ଧାରୀଙ୍କୁ କିଏ ନଜାଣେ। ସ୍ୱାମୀ ଅନ୍ଧ ବୋଲି ଯିଏ ନିଜ ଆଖିରେ ପଟି ବାନ୍ଧି ଆଖି ଥାଇ ବି ଅନ୍ଧ ହୋଇଥିଲେ। ଏହି ଚରିତ୍ରରେ ଦମଦାର ଅଭିନୟ କରିଥିଲେ ଅଭିନେତ୍ରୀ ରିୟା ଦେପସୀ।

ସଫାକ ନାଜ

ଟେଲିଜଗତର ଜଣାଶୁଣା ନାଁ ହେଉଛି ସଫା ନାଜ। ସେ ଅନେକ ସୋ’ରେ କାମ କରିଛନ୍ତି। କିନ୍ତୁ ମହଭାରତ ତାଙ୍କ ପାଇଁ ପୂରା ନିଆରା ଥିଲା। ସେ ଏଥିରେ ପାଣ୍ଡବଙ୍କ ମା’ କୁନ୍ତିଙ୍କ ଚରିତ୍ରରେ ଅଭିନୟ କରିଥିଲେ।

ପୂଜା ଶର୍ମା

ମହାଭାରତର କେନ୍ଦ୍ରବିନ୍ଦୁ ହେଲେ ଦ୍ରୌପଦୀ। ଏହି ଭୂମିକା ନିଭାଇଥିଲେ ପୂଜା ଶର୍ମ।। ତାଙ୍କ ଅଭିନୟ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ।

ରିଚା ମୁଖାର୍ଜୀ

ଅଭିନେତ୍ରୀ ରିଚା ମୁଖାର୍ଜୀଙ୍କୁ ଅଭିମନ୍ୟୁଙ୍କ ପତ୍ନୀ ଉତ୍ତରାଙ୍କ ଭୂମିକାରେ ଦେଖିବାକୁ ମିଳିଥିଲା। ଅଭିନେତ୍ରୀ କେତକୀ ଶ୍ରୀକୃଷ୍ଣଙକ ପ୍ରେମିକା ରାଧା ଚରିତ୍ର ନିଭାଇଥିଲେ।

ମହାଭାରତରେ ଆଉ ଏକ ଗରୁତ୍ୱପୂର୍ଣ୍ଣ ଭୂମିକା ଥିଲା ସୁଭଦ୍ରାଙ୍କର। ସୁଭଦ୍ରା ହେଉଛନ୍ତି ଶ୍ରୀକୃଷ୍ଣଙ୍କ ଭୁଉଣୀ ତଥା ଅର୍ଜୁନଙ୍କ ପତ୍ନୀ। ସେହିପରି ଅଭିନେତ୍ରୀ ସାୟନ୍ତନୀ ଏହି ସୋ’ରେ ସତ୍ୟବତୀଙ୍କ ରୋଲ କରିଥିଲେ।

Comment