ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ତ୍ତମାନର ଯୁବପିଢ଼ି ଆଧୁନିକ ସମୟରେ ନିର୍ମାଣ ହୋଇଥିବା ମହାଭାରତ ତଥା ପୌରାଣିକ କାହାଣୀ ଦେଖିବାକୁ ପସନ୍ଦ କରୁଛନ୍ତି। ବିଶେଷକରି ଷ୍ଟାରପ୍ଲସରେ ପ୍ରସାରିତ ହୋଇଥିବା ମହାଭାରତ, ରାଧାକୃଷ୍ଣ ସିରିଏଲକୁ ଲୋକମାନେ ଦେଖିବାକୁ ଇଚ୍ଛା ରଖୁଛନ୍ତି। ତେବେ ଏହି ସବୁ ସିରିଏଲ୍ ଆପଣ ହଟଷ୍ଟାରରେ ମଧ୍ୟ ଦେଖିପାରିବେ। ଜିଓ ଗ୍ରାହକମାନଙ୍କ ପାଇଁ ଏହି ବିନା କୌଣସି ମୂଲ୍ୟରେ ଉପଲବ୍ଧ ହେଉଛି।

ହଟଷ୍ଟାରରେ ଦେଖନ୍ତୁ ଏହିସବୁ ସିରିଏଲ୍….

ମହାଭାରତ (୨୬୯ ଏପିସୋଡ୍)

ଷ୍ଟାରପ୍ଲସରେ ପ୍ରସାରିତ ହୋଇଥିବା ମହାଭାରତର ୨୬୯ଟି ଏପିସୋଡ୍ ରହିଛି। ଯାହାକୁ ଆପଣ ହଟଷ୍ଟାରରେ ପାଇପାରିବେ। ବର୍ତ୍ତମାନର ଯୁବପିଢ଼ି ଏବେ ଏହି ମହାଭାରତ ଦେଖିବାକୁ ଅଧିକ ଇଚ୍ଛା ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି। ଏଥିରେ କୃଷ୍ଣ ଭୂମିକାରେ ଅଭିନୟ କରିଥିବା ସୌରଭଙ୍କ ଆକର୍ଷଣୀୟ ଅଭିନୟ ସମସ୍ତଙ୍କୁ ପସନ୍ଦ ଆସୁଥିବା ଦେଖିବାକୁ ମିଳିଛି।

ରାଧାକୃଷ୍ଣ (୪୬୦ ଏପିସୋଡ୍)

ରାଧାକୃଷ୍ଣଙ୍କ ଅମର ପ୍ରେମ କାହାଣୀକୁ ନେଇ ନିର୍ମାଣ ହୋଇଥିବା ଏହି ସିରିଏଲକୁ ଅନେକ ଲୋକ ଦେଖିବା ଆରମ୍ଭ କରିଛନ୍ତି। ତେବେ ଆପଣ ହଟଷ୍ଟାର ଜରିଆରେ ଏହାର ୪୬୦ଟି ଯାକ ଏପିସୋଡକୁ ଦେଖିପାରିବେ। ମୁଖ୍ୟତଃ କୃଷ୍ଣ ଭୂମିକାରେ ଅଭିନୟ କରିଥିବା ସୁମେଧ ଓ ରାଧା ଭୂମିକାରେ ଅଭିନୟ କରିଥିବା ମଲ୍ଲିକାଙ୍କୁ ଲୋକ ବେଶ ପସନ୍ଦ କରିଛନ୍ତି।ଦେବୋଁ କେ ଦେବ ମହାଦେବ (୮୨୦ ଏପିସୋଡ୍)

ଟେଲିଭିଜନ ଜଗତର ଅନ୍ୟତମ ଚର୍ଚ୍ଚିତ ସିରିଏଲ୍ ଦେବୋଁ କେ ଦେବ ମହାଦେବ ମଧ୍ୟ ଆପଣ ହଟଷ୍ଟାରରେ ଦେଖିପାରିବେ। ଏହାର ମୋଟ ୮୨୦ଟି ଏପିସୋଡ୍ ରହିଥିବାବେଳେ ଆପଣ ଏଥିରେ ମହାଦେବଙ୍କ ଅନେକ କାହାଣୀ ଦେଖିବାକୁ ପାଇବେ।

ହଟଷ୍ଟାରକୁ ଜିଓ ଗ୍ରାହକମାନେ ମାଗଣାରେ ପାଇପାରୁଥିବାବେଳେ ଅନ୍ୟ ସିମ୍ ବ୍ୟବହାର କରୁଥିବା ଗ୍ରାହକମାନେ ଏଥିରେ ରେଜିଷ୍ଟର କରିବାକୁ ପଡ଼ିବ।

Comment