ଓଡ଼ିଶାଲାଇଭ୍ ବ୍ୟୁରୋ

ଟିମ୍ ଇଣ୍ଡିଆ ଏବେ କ୍ରିକେଟ୍ ସିରିଜ୍ ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛି। ସେଠାରେ ଦଳ ତିନୋଟି ଦିନିକିଆ ମ୍ୟାଚ୍ ସହ ତିନୋଟି ଟି-୨୦ ଏବଂ ଚାରୋଟି ଟେଷ୍ଟ ମ୍ୟାଚ୍ ଖେଳିବ। ଯାହାର ପ୍ରସାରଣ ଦାୟିତ୍ୱ ସୋନୀ ଚ୍ୟାନେଲ ହାତରେ ରହିଛି।

ତେବେ ମୋବାଇଲରେ ମଧ୍ୟ ଆପଣ ଏହି ମ୍ୟାଚର ସିଧାପ୍ରସାରଣ ଦେଖିପାରିବେ। ସୋନୀ ଲାଇଭ୍ ଆପରେ ଏହାର ସିଧାପ୍ରସାରଣ କରାଯାଉଛି; କିନ୍ତୁ ଏହି ଆପରେ ମ୍ୟାଚ୍ ଦେଖିବାକୁ ଆପଣଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।ଆପଣ ଯଦି ଜିଓ ସିମ୍ ବ୍ୟବହାରକାରୀ ତେବେ ଆପଣ ଏହି ମ୍ୟାଚକୁ ବିନା କୌଣସି ଟଙ୍କା ଦେଇ ଦେଖିପାରିବେ। ଏଥିପାଇଁ ଆପଣଙ୍କୁ ପ୍ଲେ ଷ୍ଟାରରୁ ଜିଓ ଟିଭି ଆପ ଡାଉନଲୋଡ୍ କରିବାକୁ ପଡ଼ିବ। ଏହି ଜିଓ ଟିଭି ଆପରେ ଆପଣ ସୋନୀ ଚ୍ୟାନେଲର ସିଧାପ୍ରସାରଣ ଦେଖିପାରିବେ। ଏଥିସହ ଆପଣ ଜିଓ ସିମ୍ ବ୍ୟବହାରକାରୀ ହୋଇଥିବାରୁ ଆପଣଙ୍କୁ ଏଥିପାଇଁ କୌଣସି ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଏହି ଉପାୟ ଆପଣାଇବା ଦ୍ୱାରା ଆପଣ ବିନା କୌଣସି ଟଙ୍କା ଦେଇ ଭାରତ-ଅଷ୍ଟ୍ରେଲିଆ ସିରିଜର ସମସ୍ତ ମ୍ୟାଚ୍ ଦେଖିପାରିବେ।

Comment