ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାନୁଆରି ୨୫ ତାରିଖରୁ ଆରମ୍ଭ ହେଉଛି ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍। ତେବେ ଏହାର ପ୍ରଥମ ୨ଟି ମ୍ୟାଚ ଖେଳିବେନି ବିରାଟ କୋହଲୀ। ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଦଳରୁ ଓହରିଛନ୍ତି। ଏନେଇ ସୋମବାର ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।

ବିସିସିଆଇର ସୂଚନା ଅନୁସାରେ ଇଂଲଣ୍ଡ ବିପକ୍ଷ ସିରିଜର ପ୍ରଥମ ଦୁଇ ମ୍ୟାଚରୁ ଓହରିବା ନେଇ ବିରାଟ କୋହଲୀ ଟିମ୍ ଇଣ୍ଡିଆର ମ୍ୟାନେଜମେଣ୍ଟ ଓ ଅଧିନାୟକ ରୋହିତ ଶର୍ମାଙ୍କ ସହ କଥା ହୋଇଥିଲେ। ବିଚାର ବିମର୍ଶ ପରେ ଟିମ୍ ପକ୍ଷରୁ ତାଙ୍କୁ ଅନୁମତି ମିଳିଛି।

ତେବେ ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରେ ବିରାଟ କୋହଲୀଙ୍କ ବଦଳରେ କେଉଁ ଖେଳାଳି ସ୍ଥାନ ପାଇବେ, ସେ ବାବଦରେ ବିସିସିଆଇ ପକ୍ଷରୁ ଆଗକୁ ସୂଚନା ଦିଆଯିବ।

ଅନ୍ୟପଟେ ଏହି ଟେଷ୍ଟ ସିରିଜ୍ ପାଇଁ ଇଂଲଣ୍ଡ ଦଳ ଭାରତରେ ପହଞ୍ଚି ସରିଛି। ରବିବାର ହାଇଦ୍ରାବାଦରେ ଇଂଲଣ୍ଡର ଖେଳାଳିମାନଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା। ହାଇଦ୍ରାବାଦରେ ହିଁ ସିରିଜର ପ୍ରଥମ ଟେଷ୍ଟ ଖେଳାଯିବ।

ତେବେ ଏହି ସିରିଜର ପ୍ରଥମ ଦୁଇଟି ଟେଷ୍ଟ ପାଇଁ ବିସିସିଆଇ ପକ୍ଷରୁ ଭାରତୀୟ ଦଳ ଘୋଷଣା କରାଯାଇଥିଲା। ଏଥିରେ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଶୁଭମନ ଗିଲ, ଯଶସ୍ଵୀ ଜୟସ୍ଵାଲ୍, ଶ୍ରେୟସ ଆୟର, କେ ଏଲ୍ ରାହୁଲ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ଵିନ, ଶ୍ରୀକର ଭାରତ, ଧ୍ରୁବ ଜୁରେଲ୍, କୁଲଦୀପ ଯାଦବ, ମୁକେଶ କୁମାର, ମହମ୍ମଦ ସିରାଜ, ଯଶପ୍ରୀତ ବୁମରା ଓ ଆଭେସ ଖାନ ସାମିଲ ଅଛନ୍ତି।             

Tags: #IndiavsEnglandTestSeries #TestCricket #ViratKohli #BCCI #India

LEAVE A REPLY

Please enter your comment!
Please enter your name here