ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ମହାଭାରତରେ ମୁଖ୍ୟ ଖଳନାୟକ ଥିଲେ ଶକୁନି ମାମା। ଏହି ଚରିତ୍ରରେ ଅଭିନୟ କରିଥିଲେ ସୋ’ର କାଷ୍ଟିଂ ନିର୍ଦ୍ଦେଶକ ଗୁଫି ପେଣ୍ଟଲ।

୮୦ ଦଶକରେ ବିଆର ଚୋପ୍ରାଙ୍କ ମହାଭାରତକୁ ଦର୍ଶକଙ୍କ ଯେତିକି  ଭଲ ପାଇବା ମିଳିଥିଲା ଏବେ ମଧ୍ୟ ସେତିକି ଭଲପାଇବା ମିଳୁଛି। ତେବେ ଏହି ଭଲାପାଇବା ପଛର କାରଣ କଳାକାରମାନଙ୍କର ନିଖୁଣ ଅଭିନୟ। ଯେଉଁଥିପାଇଁ ଦର୍ଶକ ତାଙ୍କୁ ପସନ୍ଦ କରିଛନ୍ତି।  ସେହି କଳାକାରଙ୍କୁ ମହାଭାରତ ହିଁ ପରିଚୟ ଦେଇଛି। ମହାଭାରତରେ ଅଭିନୟ କରି ପ୍ରସିଦ୍ଧ ହୋଇଥିବା ସେମିତି ଜଣେ କଳାକାର ହେଲେ ଗୁଫି ପେଣ୍ଟଲ। ଯିଏ ମହାଭାରତରେ ଶକୁନି ମାମାଙ୍କ ଚରିତ୍ରରେ ଅଭିନୟ କରିଥିଲେ।

ଆଜି ଏହି ଅଭିନେତା ୭୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ମହାଭାରତ ସିରିଏଲରେ ଗୁଫିଙ୍କର ଏକ ନିଆରା ଅନୁଭୂତି ସମ୍ପର୍କରେ…

ଶକୁନି ମାମା ଚରିତ୍ର ପାଇଁ ଗୁଫି ଦର୍ଶକଙ୍କ ଘୃଣାର ଶିକାର ହୋଇଥିଲେ। ଏମିତିକି ତାଙ୍କୁ ଧମକ ମଧ୍ୟ ମିଳିଥିଲା। ଏକ ସାକ୍ଷାତକାରର ଗୁଫି କହିଥିଲେ, ‘‘ଆପଣମାନେ ସମସ୍ତେ ଜାଣିଥିବେ ମହାଭାରତରେ ମୁଁ ଛୋଟା ହୋଇଥିଲି। ଯେତେବେଳେ ମହାଭାରତ ଟେଲିକାଷ୍ଟ ହୋଇଥିଲା, ମୁଁ ପ୍ରତିଦିନ ପ୍ରଶଂସକଙ୍କଠାରୁ ହଜାର ହଜାର ଚିଠି ପାଇଥିଲି| ସେହିପରି, ମୁଁ ଜଣେ ଭଦ୍ରଲୋକଙ୍କଠାରୁ ଏକ ଚିଠି ପାଇଲି ଯେଉଁଥିରେ ସେ ମୋତେ ଧମକ ଦେଇଥିଲେ, ସେ ଲେଖିଥଲେ  ଶକୁନି! ତୁମେ ବହୁତ ଖରାପ କାମ କରିଛ। ପାଣ୍ଡବ ଓ କୌରବଙ୍କ ମଧ୍ୟରେ ଫାଟ ସୃଷ୍ଟ କଲ। ଦ୍ରୌପଦୀଙ୍କ ବସ୍ତ୍ରହରଣ କରାଇଲ। ଯୁଦ୍ଧ ବି କରାଇଲ। ଯଦି ପରବର୍ତ୍ତୀ ପର୍ଯ୍ୟାୟରେ ଯୁଦ୍ଧ ବନ୍ଦ ନହୁଏ, ତେବେ ମୁଁ ମଧ୍ୟ ତୁମର ଦ୍ୱିତୀୟ ଗୋଡ ଭାଙ୍ଗିବି।’’

ଗୁଫି କେବଳ ସୋ’ରେ ଶକୁନି ଭୂମିକାରେ ଅଭିନୟ କରିଥିଲେ ତାହା ନୁହେଁ ସେ ଏଥିରେ କାଷ୍ଟିଂ ନିର୍ଦ୍ଦେଶକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ତେବେ ଏହି ସିରିଏଲ ହିଁ ତାଙ୍କୁ ଲୋକଙ୍କ ନିକଟରେ ପରିଚିତ କରାଇପାରିଥିଲା।

Comment