ଓଡ଼ିଶାଲାଇଭ୍‌ ବ୍ୟୁରୋ

ବି ଆର୍‌ ଚୋପ୍ରାଙ୍କ ‘ମହାଭାରତ’ରେ ‘କୃଷ୍ଣ’ ଭୂମିକାରେ ଅଭିନୟ କରିଥିବା ନୀତିଶ ଭରଦ୍ୱାଜଙ୍କ ଆଜି ଜନ୍ମଦିନ।  

ଯେତେବେଳେ ମହାଭାରତର ଶ୍ରୀକୃଷ୍ଣଙ୍କ କଥା ଆସେ ସମସ୍ତଙ୍କ ଆଖି ଆଗରେ ଗୋଟିଏ ହସ ହସ ମୁହଁ ଭାସି ଆସେ। ସେ ହେଉଛନ୍ତି ନୀତିଶ ଭରଦ୍ୱାଜ। ଆଜି ନୀତିଶଙ୍କ ଜନ୍ମଦିନ। ୧୯୬୩ ମସିହା ଆଜିର ଦିନରେ ସେ ଜନ୍ମଗ୍ରହଣ କରିଥିଲେ।

ଭଗବାନ କୃଷ୍ଣଙ୍କ ଭୂମିକାରେ ଅଭିନୟ କରି ନୀତିଶ ଭରଦ୍ୱାଜ ଘରେ ଘରେ ପରିଚିତ ହୋଇଥିଲେ। ଅନେକ ଲୋକ ତାଙ୍କୁ ଭଗବାନ କୃଷ୍ଣ ଭାବି ପୂଜା କରିବା ଆରମ୍ଭ କରିଦେଇଥିଲେ।

ନୀତିଶଙ୍କୁ ଆଜିବି ଅନେକ ଲୋକ କୃଷ୍ଣ ବୋଲି ଡାକନ୍ତି। ମହାଭାରତ ପରେ ନୀତୀଶ ଭରଦ୍ୱାଜ ବିଷ୍ଣୁ ପୁରାଣ, ରାମାୟଣ ଏବଂ ଅନ୍ୟାନ୍ୟ ଧାର୍ମିକ ସିରିଏଲରେ କାମ କରିଛନ୍ତି। ହିନ୍ଦୀ ଏବଂ ମରାଠୀ ଇଣ୍ଡଷ୍ଟ୍ରିରେ ଅଭିନୟ କରିବା ବ୍ୟତୀତ ନୀତିଶ ମଧ୍ୟ ରାଜନୀତି ଜଗତରେ ଭାଗ୍ୟ ପରୀକ୍ଷା କରିଛନ୍ତି। ରାଜନୀତିରେ ତାଙ୍କୁ କିନ୍ତୁ ଏତେ ସଫଳତା ମିଳିଲା ନାହିଁ।

୧୯୯୬ରେ ଜାମସେଦପୁରରୁ ସାଂସଦ ହୋଇଥିଲେ ନୀତିଶ ଭରଦ୍ୱାଜ। ୨୦୦୪ରେ  ସେ ପୁଣି ମଧ୍ୟପ୍ରଦେଶର ରାଜଗଡ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏଥିରେ ଦିଗବିଜୟ ସିଂଙ୍କ ଭାଇ ଲକ୍ଷ୍ମଣ ସିଂଙ୍କ ସହ ତାଙ୍କର ଟକ୍କର ହୋଇଥିଲା, ଯେଉଁଥିରେ ନୀତିଶ ହାରି ଯାଇଥିଲେ। ଏହାପରେ ସେ ରାଜନୀତିରୁ ଦୂରେଇ ରହିଥିଲେ ଓ ପୁଣି ଥରେ ଅଭିନୟ ଜଗତକୁ ଫେରିଥିଲେ।

ନୀତୀଶ ଭରଦ୍ୱାଜ ପିଲାଦିନରୁ ଅଭିନୟକୁ ଭଲ ପାଉଥିଲେ। ୧୯୮୭ରୁ ସେ ଅଭିନୟ ଜଗତରେ ପ୍ରବେଶ କରିଥିଲେ। ନୀତିଶ ୧୯୯୧ରେ ମୋନିଶା ପାଟିଲଙ୍କୁ ବିବାହ କରିଥିଲେ। ୨୦୦୫ରେ ତାଙ୍କର ଛାଡ଼ପତ୍ର ହୋଇଯାଇଥିଲା। ଏହାପରେ ୨୦୦୮ରେ ରେ ସ୍ମିତା ଗାଟେଙ୍କୁ ବିବାହ କରିଥିଲେ।

Comment