ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବି.ଆର ଚୋପ୍ରାଙ୍କ ମହାଭାରତ ସିରିଏଲ ପରେ ଆଉ ଏକ ମହାଭାରତକୁ ମିଳିଥିଲା ଦର୍ଶକଙ୍କ ଢେର ଭଲପାଇବା। ଏହା ଥିଲା ସିଦ୍ଧାର୍ଥ କୁମାର ତିୱାରୀଙ୍କ ନିର୍ଦ୍ଦେଶିତ ସିରିଏଲ ମହାଭାରତ। ୨୦୧୩ରେ ଷ୍ଟାରପ୍ଲସରେ ଏହି ସିରିଏଲ ପ୍ରସାରିତ ହୋଇଥିଲା। ସିଦ୍ଧାର୍ଥ କୁମାର ତିୱାରୀଙ୍କ ଦ୍ୱାରା ନିର୍ମିତ ଏହି ମହାଭାରତ ଭାରତୀୟ ଟେଲିଭିଜନରେ ପ୍ରଥମ ସୋ’ ଥିଲା ଯାହା ୧୦୦ କୋଟି ବଜେଟରେ ତିଆରି ହୋଇଥିଲା।

୨୦୧୩ରେ ଦେଶର ଆଠଟି ସହରର ସପିଂ ମଲରେ ମହାଭାରତର ସଂଗ୍ରହାଳୟ ସ୍ଥାପନ କରାଯାଇଥିଲା। ଏହି ସଂଗ୍ରହାଳୟରେ ଲୋକମାନେସିରିଏଲରେ ଚରିତ୍ରମାନଙ୍କ ଦ୍ୱାରା ବ୍ୟବହୃତ ଅଳଙ୍କାର, ପୋଷାକ ଏବଂ ଉପକରଣଗୁଡ଼ିକୁ ଦେଖିପାରୁଥିଲେ।

ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଗୁଜରାଟ ଇତ୍ୟାଦି ଦେଶର ସୁନ୍ଦର ସ୍ଥାନରେ ଏହି ସିରିଏଲର ସୁଟିଂ କରାଯାଇଥିଲା। ଏହି ସିରିଏଲରେ ଶାହିର ଶେଖ ଅର୍ଜୁନ, ପୂଜା ଶର୍ମା ଦ୍ରୌପଦୀ ଓ ସୌରଭ ଜୈନ କୃଷ୍ଣଙ୍କ ଭୂମିକାରେ ଅଭିନୟ କରିଥିଲେ।

ଏକ ରିପୋର୍ଟ ଅନୁସାରେ ଏହି ସିରିଏଲ ନିର୍ମାଣ ପାଇଁ ୫ ବର୍ଷ ସମୟ ଲାଗିଥିଲା। ୫ ବର୍ଷରୁ ପ୍ରସ୍ତୁତି ପରେ ଏହି ସିରିଏଲକୁ ଟେଲିକାଷ୍ଟ କରାଯାଇଥିଲା।

Comment