ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବି.ଆର ଚୋପ୍ରାଙ୍କ ମହାଭାରତ ସିରିଏଲ ପରେ ଆଉ ଏକ ମହାଭାରତକୁ ମିଳିଥିଲା ଦର୍ଶକଙ୍କ ଢେର ଭଲପାଇବା। ଏହା ଥିଲା ସିଦ୍ଧାର୍ଥ କୁମାର ତିୱାରୀଙ୍କ ନିର୍ଦ୍ଦେଶିତ ସିରିଏଲ ମହାଭାରତ। ୨୦୧୩ରେ ଷ୍ଟାରପ୍ଲସରେ ଏହି ସିରିଏଲ ପ୍ରସାରିତ ହୋଇଥିଲା। ସିଦ୍ଧାର୍ଥ କୁମାର ତିୱାରୀଙ୍କ ଦ୍ୱାରା ନିର୍ମିତ ଏହି ସୋ’ରେ  ଅର୍ଜୁନ ଭୂମିକା ନିଭାଇଥିଲେ ଅଭିନେତା ସାହିର ଶୈଖ।

ସାହିର ଏକ ସାକ୍ଷାତକାରରେ କହିଥିଲେ ଯେ ମହାଭାରତର କିଛି ସିନ୍‌ ସେ କେବେବି ଭୁଲି ପାରିବେ ନାହିଁ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମହାଭାରତର ଦୁଇଟି ସିନ୍‌ରେ ବେଶ୍‌ ପ୍ରଭାବିତ ହୋଇଥିଲେ ସାହିର। ଗୋଟିଏ ଥିଲା ଦ୍ରୌପଦୀଙ୍କ ବସ୍ତ୍ର ହରଣ ଓ ଅନ୍ୟଟି ଅଭିମନ୍ୟୁଙ୍କ ବଧ। ଏହି ସିନ୍‌ ପରେ ସେ ଏତେ ଉଦାସ ହୋଇଯାଇଥିଲେ ଯେ ୧୦ ଦିନ ଯାଏଁ ସେ କାହା ସହ କଥା ହେଉନଥିଲେ।

ସାହିର ଅନେକ ଲୋକପ୍ରିୟ ଟିଭି ସିରିଏଲରେ କାମ କରିଛନ୍ତି। ତାଙ୍କ ସିରିଏଲ ମଧ୍ୟରେ ରହିଛି ନବ୍ୟା, କୁଛ ରଙ୍ଗ୍‌ ପ୍ୟାର କେ ଏସେ ଭି, ୟେ ରିସ୍ତେ ହୈଁ ପ୍ୟାର କେ।

Comment