ଓଡ଼ିଶାଲାଇଭ୍ ବ୍ୟୁରୋ

Abhimanyu-2

 

ବି.ଆର୍ ଚୋପ୍ରାଙ୍କ ମହାଭାରତର ପ୍ରତ୍ୟେକ ଚରିତ୍ରରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନ ଜିତିଥିଲେ ଏହି ସୋ’ର କାଳାକାରମାନେ। ଏଥିମଧ୍ୟରୁ ଗୋଟିଏ ଦମଦାର ଚରିତ୍ର ହେଉଛି “ଅଭିମନ୍ୟୁ”। ଏହି ଚରିତ୍ରରେ ଅଭିନୟ କରିଥିବା କଳାକାର ହେଉଛନ୍ତି ମୟୁର ରାଜ୍ ବର୍ମା। ଅଭିମନ୍ୟୁ ଚରିତ୍ରରେ ଖୁବ୍ ସୁନ୍ଦର ଅଭିନୟ କରି ଦର୍ଶକଙ୍କ ମନ ଜିଣିପାରିଥିଲେ ମୟୁର। କିନ୍ତୁ ଏହା ପରେ ତାଙ୍କୁ ଅନ୍ୟ କୌଣସି ସୋ’ରେ ଦେଖିବାକୁ ମିଳିନଥିଲା।

mayur raj barma-3

ତେବେ ମହାଭାରତ ପୂର୍ବରୁ ଏହି ଅଭିନେତା ଜଣଙ୍କ ଶିଶୁ କଳାକାର ଭାବେ ଅମିତାଭ ବଚ୍ଚନଙ୍କ “ମୁକଦ୍ଦର କା ସିକନ୍ଦର” କାମ କରିଥିଲେ। ଏହି ଫିଲ୍ମରୁ ସେ ବଚ୍ଚନଙ୍କ ଛୋଟ ବେଳର ଭୂମିକାରେ ଅଭିନୟ କରି ବହୁତ ଲୋକପ୍ରିୟ ହୋଇଥିଲେ। ଏହା ପରେ ମଧ୍ୟ ସେ ଅନେକ ଫିଲ୍ମରେ ଅମିତାଭଙ୍କ ଛୋଟ ବେଳର ଚରିତ୍ରରେ ନଜର ଆସିଥିଲେ। ତେଣୁ ତାଙ୍କୁ ସମସ୍ତେ “ଛୋଟା ଅମିତାଭ” ବୋଲି ମଧ୍ୟ କହୁଥିଲେ। ୭୦-୮୦ ଦଶକରେ ସବୁଠୁ ଅଧିକ ଫିସ୍ ନେଉଥିବା ଶିଶୁ କଳାକାର ଥିଲେ ମୟୁର।

maur raj barma with wife

ଅଭିନୟ ବ୍ୟତୀତ ପ୍ରଡ୍ୟୁସର, ଡିରେକ୍ଟର ତଥା ଟିଭି ପ୍ରେଜେଣ୍ଟର ଭାବରେ ମଧ୍ୟ ସେ କାମ କରିଛନ୍ତି। କିନ୍ତୁ ଅଳ୍ପଦିନ ମଧ୍ୟରେ ସେ ଅଭିନୟ ଦୁନିଆଠାରୁ ନିଜକୁ ଦୂରେଇଦେଇଥିଲେ। ଅଭିନୟ ଛାଡ଼ିବା ପରେ ସେ ଆମେରିକାର ଯାଇ ନିଜ ପତ୍ନି ନୁରୀଙ୍କ ସହ “ଇଣ୍ଡିଆନା କ୍ୟୁଜିନ୍” ନାମକ ଏକ ରେଷ୍ଟୁରେଣ୍ଟ ଚଲାଉଛନ୍ତି। ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି।

Comment