ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀର୍ଘ ୧ ମାସ ପରେ କରୋନାରୁ ସୁସ୍ଥ ହୋଇଛନ୍ତି ବଲିଉଡ ଅଭିନେତା ଅର୍ଜୁନ କପୁର। ଏହି ଖୁସି ଖବର ସେ ସୋସିଆଲ ମିଡିଆ ଜରିଆରେ ତାଙ୍କ ପ୍ରଂଶସକଙ୍କୁ ଜଣାଇଛନ୍ତି।

ସୁସ୍ଥ ହେବା ପରେ ଭଲ ଅନୁଭବ କରୁଛନ୍ତି। ଖୁବଶୀଘ୍ର କାମରେ ଫେରିବାକୁ ଚାହୁଁଛନ୍ତି ବୋଲି ଅର୍ଜୁନ ନିଜ ପୋଷ୍ଟରେ ଲେଖିଛନ୍ତି। ଏଥିସହିତ କରୋନାରୁ ରକ୍ଷା ପାଇବା ପାଇଁ ସବୁବେଳେ ମାସ୍କ ପିନ୍ଧିବାକୁ ଓ ସାମାଜିକ ଦୂରତା ରକ୍ଷା କରିବାକୁ ଅନ୍ୟମାନଙ୍କୁ ଅନୁରୋଧ କରିଛନ୍ତି। ଅର୍ଜୁନଙ୍କ ଏହି ପୋଷ୍ଟରେ ବଲିଉଡର ବହୁ କଳାକାର ପ୍ରତିକ୍ରିୟା ଦେଇଛନ୍ତି।

ଅର୍ଜୁନ ସେପ୍ଟେମ୍ବର ୬ ତାରିଖରୁ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ଏନେଇ ସେ ନିଜେ ଟୁଇଟ କରି ପ୍ରଶଂସକଙ୍କୁ ଜଣାଇଥିଲେ। ଅର୍ଜୁନ ସଂକ୍ରମିତ ହେବା ପରେ ତାଙ୍କ ଗାର୍ଲଫ୍ରେଣ୍ଡ କୁହାଯାଉଥିବା ମଲାଇକା ଅରୋଡ଼ା ମଧ୍ୟ ସଂକ୍ରମିତ ହୋଇଥିଲେ। କିଛି ଦିନ ପୂର୍ବରୁ ମଲାଇକା ମଧ୍ୟ କରୋନାରୁ ସୁସ୍ଥ ହୋଇଛନ୍ତି।

Comment