ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋlaxmi bomb

ଖିଲାଡି କୁମାର ଅକ୍ଷୟଙ୍କ ଫ୍ୟାନ୍ସମାନଙ୍କ ପାଇଁ ଖୁସି ଖବର। ଘୋଷଣା ହେଲା ଅକ୍ଷୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଲକ୍ଷ୍ମୀ ବମ୍‌’ର ରିଲିଜ ତାରିଖ। ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି। ନଭେମ୍ବର ୯ରେ ଡିଜ୍‌ନୀ ପ୍ଲସ ହଟଷ୍ଟାରରେ ଏହି ଫିଲ୍ମ ଦେଖିପାରିବେ ଦର୍ଶକ।

ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଜଣେ କିନ୍ନରଙ୍କ ଭୂମିକାରେ ନଜର ଆସିବେ ଅକ୍ଷୟ। ନାଲି ଶାଢ଼ି, ନାଲି ଚୁଡ଼ି, ନାଲି ଟିକିଲି, ମଥାରେ ସିନ୍ଦୂର ଓ ବେକରେ ମଙ୍ଗଳସୂତ୍ର ପିନ୍ଧି ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବେ ଅକ୍ଷୟ।

ଏହି ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଶବିନା ଖାନ୍ ଓ ତୁଷାର କପୁର। ଏହାସହ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ରାଘବ ଲରେନ୍ସ।

ଏହି ଫିଲ୍ମ ତାମିଲ ଫିଲ୍ମ ମୁନି ୨: କାଞ୍ଚନାର ହିନ୍ଦୀ ରିମେକ୍। ଏହି ଫିଲ୍ମଟି ହରର କମେଡିକୁ ନେଇ ତିଆରି ହୋଇଛି। ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନେତା ଅକ୍ଷୟ କୁମାରଙ୍କ ସହ ଅଭିନେତ୍ରୀ କିଆରା ଆଡଭାନୀ ନଜର ଆସିବେ।

ଚଳିତ ବର୍ଷ ଇଦ୍‌ରେ ଫିଲ୍ମଟି ରିଲିଜ ହେବାର ଥିଲା। କିନ୍ତୁ କରୋନା ମହାମାରୀ ପାଇଁ ସିନେମା ହଲ୍‌ ବନ୍ଦ ଥିବାରୁ ରିଲିଜ ସ୍ଥଗିତ ରଖଯାଇଥିଲା। ଏବେ ବାଧ୍ୟ ହୋଇ ଫିଲ୍ମ ନିର୍ମାତା ଏହାକୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବାକୁ ଘୋଷଣା କରିଛନ୍ତି।

Comment