ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଦୂରଦର୍ଶନରେ ଅତୁଳନୀୟ ସଫଳତା ମିଳିବା ପରେ ମେ’ ୪ରୁ କଲର୍ସ ଚ୍ୟାନେଲରେ ପ୍ରସାରିତ ହୋଇଥିଲା ସିରିଏଲ ମହାଭାରତ। ଏବେ କଲର୍ସ ପରେ ଏହି ସିରିଏଲ ଷ୍ଟାର ଭାରତରେ ମଧ୍ୟ ଦେଖାଯିବ। ମେ’ ୧୮ ଅର୍ଥାତ ଆଜିଠାରୁ ପ୍ରତିଦିନ ରାତି ୮ଟାରେ ଏହି ସିରିଏଲ ଦେଖିପାରିବେ ଦର୍ଶକ।

ପୂର୍ବରୁ ମହାଭାରତର ପ୍ରୋମୋକୁ ଇନଷ୍ଟାଗ୍ରାମରେ ସେୟାର କରି ଷ୍ଟାର ଭାରତ ଏହି ସୂଚନା ଦେଇଥିଲା। ବି.ଆର ଚୋପ୍ରାଙ୍କ ବ୍ୟତୀତ ସିଦ୍ଧାର୍ଥ କୁମାର ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ମହାଭାରତ ମଧ୍ୟ ପୁଣି ଥରେ ପ୍ରସାରିତ ହେଉଛି। ଷ୍ଟାର୍ ପ୍ଲସରେ ଏହା ପ୍ରସାରିତ ହେଉଛି।

ବି.ଆର ଚୋପ୍ରାଙ୍କ ନିର୍ଦ୍ଦେଶିତ ମହାଭାରତ ୧୯୮୮ରୁ ୧୯୯୦  ମଧ୍ୟରେ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା। ବହୁ ବର୍ଷର ବ୍ୟବଧାନ ପରେ  ଲକଡାଉନ ଯୋଗୁଁ ଏହି ସିରିଏଲ ଟିଭିକୁ ଫେରିଥିଲା। ​​ଏହି ସିରିଏଲରେ ନୀତୀଶ ଭରଦ୍ୱାଜ, ମୁକେଶ ଖାନ୍ନା, ରୁପା ଗାଙ୍ଗୁଲି, ପୁନିତଙ୍କ ପରି ଅଭିନେତାମାନେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

LEAVE A REPLY

Please enter your comment!
Please enter your name here