ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ରାମାନନ୍ଦ ସାଗରଙ୍କ ପ୍ରଖ୍ୟାତ ସିରିଏଲ ରାମାୟଣ ପାଇଁ ୨୫ ଜଣ ଅଡିସନ ଦେଇଥିଲେ। ଶେଷରେ ଦୀପିକା ଏହି ଚରତ୍ର ପାଇଁ ବଛା ଯାଇଥିଲେ।

ଭାରତୀୟ ଟେଲିଭିଜନରେ ଇତିହାସ ସୃଷ୍ଟି କରିଥିବା ସିରିଏଲ ମଧ୍ୟରୁ ରାମାନନ୍ଦ ସାଗରଙ୍କ ରାମାୟଣ ଅନ୍ୟତମ। ଏହି ସୋ’ ସେହି ସମୟରେ ସବୁଠୁ  ହିଟ୍ ସୋ’ ଥିଲା। ଏବେ ମଧ୍ୟ ଏହା ଟିଆରପିର ସବୁ ରେକର୍ଡ ଭାଙ୍ଗିଛି। ଏହି ସୋ’ରେ କାମ କରୁଥିବା ସମସ୍ତ କଳାକାର ଅନେକ ଲୋକପ୍ରିୟତା ହାସଲ କରିଥିଲେ। ସେହିମାନଙ୍କ ମଧ୍ୟରେ ଜଣେ ଥିଲେ ସୀତା ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଦୀପିକା।

ଏହି ଚରିତ୍ର ଦୀପିକାଙ୍କ ଜୀବନ ବଦଳାଇ ଦେଇଥିଲା ଓ ନୂଆ ପରିଚୟ ଦେଇଥିଲା। ସୁବଠୁ ଗୁରୁତ୍ୱପୂର୍ଣ୍ଣ କଥା ଦୀପିକା ଏହି ସିରିଏଲରେ ସୀତା ରୋଲ ପାଇବା ପୂର୍ବରୁ ୨୫ ଜଣ ଝିଅ ସେଥିପାଇଁ ଅଡିସନ ଦେଇଥିଲେ। ହେଲେ ଏହି ଚରିତ୍ର ପାଇଁ ରାମାନନ୍ଦ ସାଗରଙ୍କ ମନ ଜିତଥିଲେ ଦୀପିକା।

କ ସାକ୍ଷାତକାରରେ ଦୀପିକା କହିଥିଲେ ତାଙ୍କୁ ଜଣେ ସ୍କ୍ରିନ ରାଇଟର କହିଥିଲେ ଯେ ରମାନନ୍ଦ ସାଗର ରାମାୟଣ ନିର୍ମାଣ କରୁଛନ୍ତି ଏବଂ ତାଙ୍କୁ ଅଡିସନ ଦେବା ଉଚିତ୍। ଦୀପିକାଙ୍କର ସ୍ପଷ୍ଟ ଡାଇଲଗର କହିବାର କ୍ଷମତା ସହ ସୁନ୍ଦର ଚେହେରା ଥିଲା। ଯେଉଁଥିପାଇଁ ସେ ଏହି ଚରତ୍ର ପାଇଁ ବଛା ଯାଇଥିଲେ। ଦୀପିକା ରାମାନନ୍ଦ ସାଗରଙ୍କ ରାମାୟଣରେ କାମ କରିବା ପୂର୍ବରୁ ଅନେକ ଟିଭି ସୋ ଏବଂ ବିଜ୍ଞାପନ ଚଳଚ୍ଚିତ୍ରରେ କାମ କରିଥିଲେ। ସେ ରାମାନନ୍ଦ ସାଗରଙ୍କ ସୋ’ ବିକ୍ରମ ବେତାଲରେ କାମ କରିଥିଲେ।

Comment