ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ଅଭିନେତ୍ରୀ ଦୀପିକା ପାଦୁକୋନ ୧୩ ବର୍ଷ ପୂରା କରିଛନ୍ତି। ଏହି ୧୩ ବର୍ଷରେ ଦୀପିକା ବହୁ ଚରିତ୍ରରେ ଦମଦାର ଅଭିନୟ କରି ଦର୍ଶକଙ୍କ ମନ କିଣିଛନ୍ତି। ତେବେ ଏଯାଏଁର ଫିଲ୍ମ କ୍ୟାରିୟରରେ ଦୀପିକା କିଛି ଏମିତି ଚରିତ୍ରରେ ଅଭିନୟ କରିଛନ୍ତି ଯାହା ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ଫଳରେ ଦୀପିକା ବଲିଉଡର ମହଙ୍ଗା ଅଭିନେତ୍ରୀ ହୋଇପାରିଛନ୍ତି।

ଓମ୍‌ ଶାନ୍ତି ଓମ୍‌

‘ଓମ୍‌ ଶାନ୍ତି ଓମ୍‌’ ବଲିଉଡର ହିଟ୍‌ ଫିଲ୍ମ ମଧ୍ୟରୁ ଗୋଟିଏ। ଏଥିରେ ଦୀପିକା ଶାହରୁଖଙ୍କ ନାୟିକା ସାଜିଥିଲେ। ଏହି ଫିଲ୍ମର ଦମଦାର ଅଭିନୟ କରି ଦୀପିକା ବେଷ୍ଟ ଫିମେଲ ଡେବ୍ୟୁ ଫିଲ୍ମ ଫେୟାର ଆଓ୍ୱାର୍ଡ ପାଇଥିଲେ।

ବଚ୍‌ନା ଏ ହସିନା

ଏହି ଫିଲ୍ମରେ ଦୀପିକା ଗାୟତ୍ରୀ ଭୂମିକାରେ ଅଭିନୟ କରିଥିଲେ।  ପୂର୍ବତନ ରଣବୀର କପୁରଙ୍କ ସହ ଏହା ତାଙ୍କର ପ୍ରଥମ ଫିଲ୍ମ ଥିଲା। ଫିଲ୍ମରେ ଉଭୟଙ୍କ କେମେଷ୍ଟ୍ରି ଅତୁଳନୀୟ ଥିଲା। ମଲ୍ଟି ଷ୍ଟାରର ଫିଲ୍ମ ହୋଇଥିଲେ ମଧ୍ୟ ଦୀପିକା ଏହି ଫିଲ୍ମରୁ ଏକ ଭିନ୍ନ ପରିଚୟ ପାଇଥିଲେ।

ଲଭ୍‌ ଆଜକଲ

୨୦୦୯ ମସିହାରେ ଫିଲ୍ମ ‘ଲଭ୍ ଆଜ୍ କାଲ୍’ ରେ ସୈଫ ଅଲ୍ଲୀ ଖାନଙ୍କ ସହ ଦୀପିକା ‘ମୀରା ପଣ୍ଡିତଙ୍କ ଚରିତ୍ର ନିଭାଇଥିଲେ। ଏହି ଫିଲ୍ମରେ ସେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ମଧ୍ୟ ମନୋନୀତ ହୋଇଥିଲେ।

କକଟେଲ

ଦୀପିକା ପୁଣି ଫିଲ୍ମ ‘କକଟେଲ’ରେ ସୈଫଙ୍କ ସହ ପରଦାରେ ଦେଖା ଯାଇଥିଲେ। ୨୦୧୨ରେ ଏହି ଫିଲ୍ମ ରିଲିଜ ହୋଇଥିଲା। ଦୀପିକାଙ୍କ ‘ଭେରୋନିକା’ ଭୂମିକା ଫିଲ୍ମରେ ହିଟ୍ ହୋଇଥିଲା। ଶ୍ରେଷ୍ଠ ଅଭିନେତ୍ରୀ ଭାବେ ମଧ୍ୟ ତାଙ୍କୁ ମନୋନୀତ କରାଯାଇଥିଲା।

ୟେ ଜଓ୍ୱାନି ହୈ ଦିଓ୍ୱାନୀ

୨୦୧୩ରେ ଦୀପିକା ଏବଂ ରଣବୀର କପୁରଙ୍କ ଫିଲ୍ମ ‘ୟେ ଜଓ୍ୱାନି ହୈ ଦିଓ୍ୱାନୀ’ ରିଲିଜ ହୋଇଥିଲା। ଏହି ଫିଲ୍ମକୁ ଦର୍ଶକଙ୍କ ଢେର ଭଲ ପାଇବା ମିଳିଥିଲା।

ଚେନ୍ନାଇ ଏକ୍ସପ୍ରେସ

ଶାହରୁଖ ଖାନଙ୍କ ସହ ‘ଓମ ଶାନ୍ତି ଓମ ଫିଲ୍ମ’ ରେ କାମ କରିବା ପରେ ଦୀପିକା ପୁଣି ଥରେ ‘ଚେନ୍ନାଇ ଏକ୍ସପ୍ରେସ’ ଫିଲ୍ମରେ ତାଙ୍କ ସହ ସ୍କ୍ରିନ୍ ସେୟାର କରିଥିଲେ। ଦୀପିକା ଏଥିରେ ଜଣେ ଦକ୍ଷିଣ ଭାରତୀୟ ଯୁବତୀଙ୍କ ଚରିତ୍ର ନିଭାଇଥିଲେ। ଫିଲ୍ମରେ ତାଙ୍କର ନାଁ ଥିଲା ‘ମୀନାମ୍ମା’।

ରାମଲୀଳା

ଏହି ଫିଲ୍ମରେ ଦୀପିକା ପ୍ରଥମ ଥର ରଣବୀର ସିଂଙ୍କ ସହ ନଜର ଆସିଥିଲେ। ଗୁଜୁରାଟୀ ବେଶ ପୋଷାକରେ ଦୀପିକା ଏହି ଫିଲ୍ମରେ ସମ୍ପୂର୍ଣ୍ଣ ନିଆରା ଲାଗୁଥିଲେ। ଏହି ଫିଲ୍ମ ପାଇଁ ଦୀପିକା ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଗ୍ରହଣ କରିଥିଲେ।

ପିକୁ

ବାପ, ଝିଅଙ୍କ ସମ୍ପର୍କ ଉପରେ ଆଧାରିତ ଫିଲ୍ମ ‘ପିକୁ’ ୨୦୧୫ରେ ରିଲିଜ ହୋଇଥିଲା। ଦୀପିକାଙ୍କ କ୍ୟାରିୟରରେ ଏହା ସବୁଠୁ ଭଲ ଫିଲ୍ମ। ଏଥିପାଇଁ ଦୀପିକା ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ।

ତମାସା

ଦୀପିକା ପାଦୁକୋନଙ୍କୁ ଶେଷ ଥର ପାଇଁ ୨୦୧୫ରେ ଫିଲ୍ମ ‘ତମାସା’ରେ ରଣବୀର କପୁରଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା। ସେ ଏଥିରେ ତାରା ମହେଶ୍ୱରୀ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମ ଦର୍ଶକଙ୍କଠାରୁ ଭଲ ପ୍ରତିକ୍ରିୟା ପାଇଥିଲା।

ବାଜିରାଓ ମସ୍ତାନୀ

ଫିଲ୍ମ ବାଜିରାଓ ମସ୍ତାନୀରେ ଦୀପିକା ପାଦୁକୋନ ‘ମସ୍ତାନୀ’ ଚରିତ୍ରରେ ନଜର ଆସିଥିଲୋ ରଣବୀର ସିଂଙ୍କ ସହ ତାଙ୍କର ଯୋଡି ମଧ୍ୟ ହିଟ୍‌ ହୋଇଥିଲା। ତାଙ୍କ ଲୁକ୍‌ଠାରୁ ଆରମ୍ଭ କରି ଡାଇଲଗ୍‌ ପରିବେଷଣ ଦର୍ଶକଙ୍କୁ ପସନ୍ଦ ଥିଲା।

ପଦ୍ମାବତ୍‌

ସଞ୍ଜୟ ଲୀଳା ଭଂସାଲିଙ୍କ ସୁପରଡୁପର ହିଟ୍‌ ଫିଲ୍ମ ‘ପଦ୍ମାବତ୍‌’କୁ ନେଇ ବହୁ ବିବାଦ ଦେଖାଯାଇଥିଲା। ତଥାପି ଫିଲ୍ମ ସଫଳ ହୋଇଥିଲା। ଏହି ଫିଲ୍ମରେ ଦୀପିକାଙ୍କ ଲୁକ୍‌ରେ ଦର୍ଶକ ଦିଓ୍ୱାନା ହୋଇଥିଲେ।

ଛପାକ୍‌

୨୦୨୦ ଜାନୁଆରି ୧୦ରେ ରିଲିଜ ହୋଇଥିଲା ଫିଲ୍ମ ‘ଛପାକ୍‌’। ଏଥିରେ ଦୀପିକା ଏସିଡ୍‌ ପୀଡ଼ିତା ଲକ୍ଷ୍ମୀ ଅଗ୍ରଓ୍ୱାଲଙ୍କ ଚରିତ୍ରରେ ନଜର ଆସିଥିଲେ। ଫିଲ୍ମରେ ଦୀପିକାଙ୍କ ମେକଅପ୍‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

XXX: ରିଟର୍ନ ଅଫ୍‌ ଜେଣ୍ଡର କେଜ୍‌

ଓଲିଉଡ୍ ଚଳଚ୍ଚିତ୍ର XXX: ରିଟର୍ନ ଅଫ୍‌ ଜେଣ୍ଡର କେଜ୍‌ ହେଉଛି ଦୀପିକା ପାଦୁକୋନଙ୍କର ପ୍ରଥମ ହଲିଉଡ ଫିଲ୍ମ ଏଥିରେ ଦୀପିକା ହଲିଉଡ ଷ୍ଟାର ବିନ ଡିଜଲଙ୍କ ସହ ନଜର ଆସିଥିଲେ। ସେ ଏଥିରେ ସେରେନାଙ୍କ ଚରିତ୍ରରେ ଅଭିନୟ କରିଥିଲେ।

Comment