ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ଟପ୍‌ ଅଭିନେତ୍ରୀଙ୍କ ମଧ୍ୟରୁ ଦୀପିକା ପାଦୁକୋନ ଜଣେ। ଫିଲ୍ମକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଦୀପିକା ଏବେ ଡ୍ରଗ୍ସ ଲିଙ୍କ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଇଣ୍ଡଷ୍ଟ୍ରିର ଜଣେ ଦାମୀ ଅଭିନେତ୍ରୀ ହୋଇଥିବାରୁ ଦୀପିକାଙ୍କୁ ନେଇ ବଲିଉଡରେ ଏକ ପ୍ରକାର ହଲଚଲ ମଧ୍ୟ ସୃଷ୍ଟି ହୋଇଛି। ଆସନ୍ତା କାଲି ଏନସିବିରେ ପଚରାଉଚରା ପରେ ଦୀପିକା ଓ ଡ୍ରଗ୍ସ ଲିଙ୍କ୍‌କୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି। ତେବେ ଆପଣ ଜାଣିଛନ୍ତି କି ଦୀପିକା ବଲିଉଡକୁ କେମିତି ଆସିଥିଲେ ଆଉ ଦେଖୁ ଦେଖୁ କେମିତି ଇଣ୍ଡଷ୍ଟ୍ରିର ଜଣେ ମହଙ୍ଗା ଅଭିନେତ୍ରୀ ହୋଇଗଲେ?

ଦୀପିକା ୩ ଜାନୁଆରୀ ୧୯୮୬ରେ ଡେନମାର୍କରେ ଜନ୍ମ ହୋଇଥିଲେ। ତାଙ୍କ ବାପା ପ୍ରକାଶ ପାଦୁକୋନ ଜଣେ ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି ଭାବରେ ପରିଚିତ। ଯେତେବେଳେ ଦୀପିକାଙ୍କୁ ୧୧ ମାସ ହୋଇଥିଲା, ତାଙ୍କ ପରିବାର ବେଙ୍ଗାଳୁରୁକୁ ଚାଲି ଆସିଥିଲେ। ତାଙ୍କ ପାଠ ପଢ଼ା ମଧ୍ୟ ଏଠାରେ ହୋଇଥିଲା।

ବ୍ୟାଡମିଣ୍ଟନ ପ୍ରତି ଦୀପିକାଙ୍କର ମଧ୍ୟ ଏକ ଦୁର୍ବଳତା ଥିଲା। ସେ ଜାତୀୟ ସ୍ତରରେ ବ୍ୟାଡମିଣ୍ଟନ ମଧ୍ୟ ଖେଳିଛନ୍ତି। ଆଠ ବର୍ଷ ବୟସରେ ଦୀପିକା ପ୍ରଥମେ ଏକ ବିଜ୍ଞାପନ ପାଇଁ କାମ କରିଥିଲେ। ଏହାପରେ ସେ ଅନୁଭବ କରିଥିଲେ ଯେ ବ୍ୟାଡମିଣ୍ଟନ ନୁହେଁ ସେ ଅଭିନୟ କ୍ଷେତ୍ରରେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି।

ଦୀପିକା ୨୦୦୪ ରେ ମଡେଲିଂ ସହିତ କ୍ୟାରିୟର୍ ଆରମ୍ଭ କରିଥିଲେ। ପ୍ରଥମେ ସେ ଲିରିଲ ସାବୁନ ପାଇଁ ଏକ ଏଡ୍ ଫିଲ୍ମ କରିଥିଲେ। ସେ କିଙ୍ଗଫିସର କ୍ୟାଲେଣ୍ଡର ଗାର୍ଲ ମଧ୍ୟ ହୋଇଛନ୍ତି। ୨୦୦୬ରେ ଦୀପିକା କନ୍ନଡ ଚଳଚ୍ଚିତ୍ର ‘ଐଶ୍ୱର୍ଯ୍ୟା’ ମାଧ୍ୟମରେ ଅଭିନୟରେ ଡେବ୍ୟୁ କରିଥିଲେ। କିନ୍ତୁ ଏଥିରୁ ତାଙ୍କୁ ଏତେ ସଫଳତା ମିଳିନଥିଲା। ହିନ୍ଦୀ ଫିଲ୍ମ ‘ଓମ୍ ଶାନ୍ତି ଓମ୍’ରୁ ତାଙ୍କୁ ପରିଚୟ ମିଳିଥିଲା।  ଏହି ଫିଲ୍ମ ୨୦୦୭ରେ ରିଲିଜ ହୋଇଥିଲା।

ଦୀପିକା ତାଙ୍କ କ୍ୟାରିୟରରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ଏଥିମଧ୍ୟରେ ‘ହାଉସଫୁଲ୍’ (୨୦୧୦), ‘କକଟେଲ୍’ (୨୦୧୨), ‘ରେସ୍ ୨’ (୨୦୧୩), ‘ୟେ ଜୱାନୀ ହୈ ଦିୱାନୀ’ (୨୦୧୩), ‘ଚେନ୍ନାଇ ଏକ୍ସପ୍ରେସ’ (୨୦୧୩), ରାମ-ଲୀଲା’ ( ୨୦୧୩), ‘ବାଜିରାଓ ମସ୍ତାନୀ’ (୨୦୧୫) ଏବଂ ‘ପଦ୍ମାବତ୍’ (୨୦୧୮)  ରହିଛି|

ଦୀପିକାଙ୍କୁ ବଲିଉଡର ସବୁଠାରୁ ଦାମୀ ଅଭିନେତ୍ରୀମାନଙ୍କ ମଧ୍ୟରେ ଗଣାଯାଏ। ରିପୋର୍ଟ ଅନୁଯାୟୀ, ସେ ଗୋଟିଏ ଫିଲ୍ମ ପାଇଁ୧୫ କୋଟି ଟଙ୍କା ଚାର୍ଜ କରନ୍ତି। ଏକ ସାକ୍ଷାତକାରରେ ସେ କହିଥିଲେ  ଯେ ଫିଲ୍ମ ‘ପଦ୍ମାବତ’ ପାଇଁ ରଣବୀର ସିଂ ଏବଂ ସାହିଦ କପୁରଙ୍କ ଅପେକ୍ଷା ତାଙ୍କୁ ଅଧିକ ଫି ମିଳିଥିଲା।

Comment