ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡ୍ରଗ୍ସ ଲିଙ୍କ୍‌ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଅଭିନେତ୍ରୀ ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ସାରା ଅଲି ଖାନ, ରାକୁଲ ପ୍ରୀତ ସିଂ ଏବଂ ସିମୋନ ଖମ୍ବାଟାଙ୍କ ସମେତ ୭ଜଣଙ୍କୁ ସମନ କରିଛି। ଆଜିଠାରୁ ସେମାନଙ୍କୁ ପଚରାଉଚରା ଆରମ୍ଭ କରିବ ଏନ୍‌ସିବି। ତେବେ କେଉଁ ଦିନ କେଉଁ ଅଭିନେତ୍ରୀ ଏନ୍‌ସିବିରେ ହାଜର ହେବେ ଜାଣନ୍ତୁ।

ରାକୁଲ ପ୍ରୀତ ସିଂ – ରାକୁଲ ପ୍ରୀତ ସିଂ ଏବଂ ଫ୍ୟାଶନ ଡିଜାଇନର ସିମୋନ ଖମ୍ବାଟାଙ୍କୁ ଆଜି ଏନସିବି ସମ୍ମୁଖରେ ହାଜର ହେବାକୁ ପଡ଼ିବ। ତେବେ ରାକୁଲଙ୍କୁ କୌଣସି ସମନ୍‌ ମିଳିନାହିଁ ବୋଲି ସେ କହିଛନ୍ତି। ସମନ୍‌ ପାଇଲେ ସେ ନିଶ୍ଚୟ ହାଜର ହେବେ ବୋଲି କହିଛନ୍ତି।

ଦୀପିକା ପାଦୁକୋନ – ଦୀପିକା ପାଦୁକୋନ ଏବେ ମୁମ୍ବାଇରେ ନାହାଁନ୍ତି। ତେଣୁ ଦୀପିକାଙ୍କୁ ଏନସିବି ଗୋଟିଏ ଦିନ ସମୟ ଦେଇଛି। ଦୀପିକା ସେପ୍ଟେମ୍ବର ୨୫ ଅର୍ଥାତ ଆସନ୍ତାକାଲି ଏନସିବିରେ ହାଜର ହେବେ।

ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ପ୍ରକାଶ ଏବଂ KWAN କମ୍ପାନିର ସିଇଓ ଧ୍ରୁବ୍‌ ଚିଟଗୋପେକରଙ୍କୁ ମଧ୍ୟ ଏନସିବି ସମନ୍‌ କରିଛି।

ସାରା ଅଲ୍ଲୀ ଖାନ– ସାରା ଅଲି ଖାନ ୨୬ ସେପ୍ଟେମ୍ବରରେ ଏନସିବି ସମ୍ମୁଖରେ ହାଜର ହେବେ। ‘କେଦାରନାଥ’ରେ ସୁଶାନ୍ତଙ୍କ ସହ ବଲିଉଡରେ ଡେବ୍ୟୁ କରିଥିଲେ ସାରା। କୁହାଯାଉଛି ଯେ ସାରା ସୁଶାନ୍ତଙ୍କ ସହ ଡ୍ରଗ୍ସ ନେଉଥିଲେ।

ଶ୍ରଦ୍ଧା କପୁର– ଏନସିବି ୨୬ ସେପ୍ଟେମ୍ବରରେ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ପଚରାଉଚରା କରିବାକୁ ଯାଉଛି। ଶ୍ରଦ୍ଧା କପୁର ସୁଶାନ୍ତଙ୍କ ସହ ହିଟ୍ ଫିଲ୍ମ ‘ଛିଛୋରେ’ରେ କାମ କରିଛନ୍ତି।

Comment