ଓଡ଼ିଶାଲାଇଭ ବ୍ୟୁରୋ

ଡ୍ରଗ୍ସ ଲିଙ୍କ୍‌ରେ ବଲିଉଡ ଅଭିନେତ୍ରୀ ଦୀପିକାଙ୍କ ନାଁ ଆସିବା ପରେ ଆଜି ସେ ଏନସିବିରେ ହାଜର ହୋଇଛନ୍ତି। ମୁମ୍ବାଇସ୍ଥିତ ଏନ୍‌ସିବି ଅଫସରେ ତାଙ୍କୁ ପଚରାଉଚରା କରାଯାଉଛି।

ଦୀପିକାଙ୍କ ବ୍ୟତୀତ ଆଜି ଅଭିନେତ୍ରୀ ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନ ମଧ୍ୟ ହାଜର ହେବେ।

ଗତକାଲି ଅଭିନେତ୍ରୀ ରାକୁଲ ପ୍ରୀତ ସିଂ, ଓ ଦୀପିକାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ଏନସିବି ଜେରା କରିଥିଲା। ତେବେ ଆଜି ମଧ୍ୟ କରିସ୍ମାଙ୍କୁ ପୁଣି ଥରେ ଦୀପିକାଙ୍କ ସାମ୍ନାରେ ପଚରାଉଚରା କରାଯାଇପାରେ ବୋଲି ସୂଚନା ମିଳିଛି।

ସୁଶାନ୍ତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ର ଖୁଲାସା ହୋଇଥିଲା। ଏହି ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକ ପୂର୍ବରୁ ଗିରଫ ହୋଇଛନ୍ତି। ରିୟା ଗିରଫ ହେବା ପରେ ଡ୍ରଗ୍ସ ଲିଙ୍କରେ ବଲିଉଡର ବହୁ ବଡ଼ ବଡ଼ ହସ୍ତୀଙ୍କ ନାଁ ସାମ୍ନାକୁ ଆସିଛି।

Comment