ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଦୂରଦର୍ଶନରେ ଏବେ ପ୍ରସାରିତ ହେଉଛି ବିଷ୍ଣୁ ପୁରାଣ। ଅଭିନେତା ନୀତିଶ ଭରଦ୍ୱାଜ ଏଥିରେ ଭଗବାନ ବିଷ୍ଣୁଙ୍କ ଭୂମିକାରେ  କରିଥିଲେ। କିନ୍ତୁ ଆପଣ ଜାଣନ୍ତି କି ତାଙ୍କ ସହିତ ଶେଷନାଗ ଉପରେ ବିରାଜମାନ ମାତା ଲକ୍ଷ୍ମୀଙ୍କ ଭୂମିକାରେ କିଏ ଅଭିନୟ କରିଥିଲେ? ଅଭିନେତ୍ରୀ ବୈଦେହୀ ଅମୃତେ ଏହି ସିରିଏଲରେ ମା’ ଲକ୍ଷ୍ମୀଙ୍କ ଭୂମିକା କରିଥିଲେ।

ବୈଦେହୀ ଆହୁରି ଅନେକ ଟିଭି ସିରିଏଲରେ  ବି କାମ କରିଥିଲେ। ୧୯୯୫ରେ ‘କ୍ୟାପେଟନ୍‌ ହାଉସ୍‌’ରେ ଅଭିନୟ କରିଲେ। ୨୦୦୨ରେ ସେ ନିର୍ଦ୍ଦେଶକ ରାଜନ ବୌହରାଙ୍କୁ ବିବାହ କରିଥିଲେ। ବିବାହ ପରେ ପରିବାର ସମ୍ଭାଳିବା ପାଇଁ ଅଭିନୟରୁ ବ୍ରେକ ନେଇଥିଲେ।

ବହୁ ଦିନର ବ୍ୟବଧାନ ପରେ ୨୦୦୮ରେ ଗୃହସ୍ଥି, ୨୦୦୯ରେ ବସେରା ସିରିଏଲରେ ନଜର ଆସିଥିଲେ ସେ। ଏକ ସାକ୍ଷାତକାରରେ ବୈଦହୀ କହିଥିଲେ ଯେ ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ସେ ଅଭିନୟରୁ ଦୂରେଇ ଯାଇଥିଲେ। ଏବେ ସେ ତାଙ୍କ ସ୍ୱାମୀଙ୍କ ପ୍ରଡକ୍ସନ୍ ହାଉସ୍ ଦାୟିତ୍ୱ ନେଇଛନ୍ତି। ଯାହାର ନାମ ବି.କେ ସିନେମା।

ବିଷ୍ଣୁ ପୁରାଣ ସିରିଏଲ ୨୦୦୦ର ପ୍ରଥମ ଟେଲିକାଷ୍ଟ ହୋଇଥିଲା। ଏହି ସିରିଏଲର ସମୁଦାୟ ୧୨୬ ଏପିସୋଡ ଥିଲା। ଏହି ସିରିଏଲ ଭଗବାନ ବିଷ୍ଣୁଙ୍କ ଅବତାର ଉପରେ ଆଧାରିତ ଥିଲା। ଏହାକୁ ବି ଆର ଚୋପ୍ରାଙ୍କ ପୁଅ ରବି ଚୋପ୍ରା ନିର୍ଦ୍ଦେଶନା ଦେଇଥିଲେ।

Comment