ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ମହାଭାରତରେ ଦ୍ରୌପଦୀ ଭୂମିକାରେ ଅଭିନୟ କଲା ବେଳେ ଟିକେ ମୋଟି ହୋଇଯାଇଥିଲେ ରୁପା ଗାଙ୍ଗୁଲି।

ବି ଆର ଚୋପ୍ରାଙ୍କ ମହାଭାରତରେ ଭୂମିକାରେ ଅଭିନୟ କରିଥିଲେ ଅଭିନେତ୍ରୀ ରୁପା ଗାଙ୍ଗୁଲି। ଯଦିଓ ସେ ତାଙ୍କ କ୍ୟାରିୟରରେ ଅନେକ ଚରିତ୍ରରେ ଅଭିନୟ କରିଥିଲେ, କିନ୍ତୁ ଦ୍ରୌପଦୀଙ୍କ ଭୂମିକା ତାଙ୍କୁ ପରିଚୟ ଦେଇଥିଲା। ସେ ସମୟର ସବୁଠାରୁ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରେ ରୁପାଙ୍କୁ ମଧ୍ୟ ଗଣାଯାଇଥିଲା।  କିନ୍ତୁ ମହାଭାରତ ସୁଟିଂ ସେଟରେ ଅନ୍ୟ କଳାକାରମାନେ ତାଙ୍କର ମଜାକ ଉଡ଼ାଉଥିଲ ଏବଂ ତାଙ୍କୁ ମୋଟି ବୋଲି ଡାକୁଥିଲେ।

ଏମିତି କି ବି ଆର୍‌ ଚୋପ୍ରା ମଧ୍ୟ ତାଙ୍କୁ ମୋଟି ଡାକୁଥିଲେ। ଏକଥା ରୁପା ନିଜେ ଖୁଲାସା କରିଛନ୍ତି। ରୁପା ଏଥିପାଇଁ ତାଙ୍କର ଡାଏଟ ମେଣ୍ଟନ୍‌ କରିବା ଆରମ୍ଭ କରିଦେଇଥିଲେ। ତା’ ପୂର୍ବରୁ ରୁପା କିନ୍ତୁ ବହୁତ ଖାଦ୍ୟ ପ୍ରିୟ ଥିଲେ। ଦିନରେ ସେ ୨ ଥର ଲଞ୍ଚ୍‌ କରୁଥିଲେ। ଯେଉଁଥିପାଇଁ ତାଙ୍କର ଓଜନ ବଢ଼ୁଥିଲା।

ରୂପାଙ୍କର ସେତେବେଳେ ଲମ୍ବା କେଶ ମଧ୍ୟ ଥିଲା। ଏବେ କିନ୍ତୁ ସେ ବବ୍‌ କଟ୍‌ କରିଦେଇଛନ୍ତି।

Comment