ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିରିଏଲ ‘ଜୟ ଶ୍ରୀକୃଷ୍ଣ’ରେ କାହ୍ନା ଭୂମିକାରେ ଅଭିନୟ କରିଥିଲେ ଶିଶୁ କଳାକାର ଧ୍ରୁତି ଭାଟିଆ। ଏବେ ସେ କେମିତି ଦିଶୁଛନ୍ତି ଆସନ୍ତୁ ଜାଣିବା।

ଲକଡାଉନ୍ ଯୋଗୁଁ ପ୍ରାୟତଃ ଅଧିକାଂଶ ଚ୍ୟାନେଲରେ ପୁରୁଣା ଟିଭି ସିରିଏଲଗୁଡିକୁ ପ୍ରସାରଣ କରାଯାଉଛି। ଦୂରଦର୍ଶନରେ ରାମାୟଣ ଏବଂ ମହାଭାରତ ପରେ ବିଭିନ୍ନ ଚ୍ୟାନେଲରେ ପୁରୁଣା ସିରିଏଲ ଦେଖାଯାଉଛି।  ଏଥିରେ ଲୋକପ୍ରିୟ ସିରିଏଲ ଜୟ ଶ୍ରୀକୃଷ୍ଣଙ୍କ ସାମିଲ ଅଛି। କିନ୍ତୁ ଆପଣ କ’ଣ ଜାଣନ୍ତି କି ଏଥିରେ କାହ୍ନା ସାଜି ଲୋକଙ୍କ ହୃଦୟ ଜିତିଥିବା ଶିଶୁ କଳାକାର ଜଣେ ଝିଅ ଥିଲେ।

ଏହି ସିରିଏଲରେ ଧ୍ରୁତି ଭାଟିଆ ଭଗବାନ କୃଷ୍ଣଙ୍କ ପିଲାଦିନର ଭୂମିକାରେ ଅଭିନୟ କରିଥିଲେ। ଧ୍ରୁତି ଭାଟିଆ ଏବେ ବଡ ହୋଇଗଲେଣି।

୨୦୦୮ରେ କଲର୍ସରେ ଜୟ ଶ୍ରୀକୃଷ୍ଣ ପ୍ରସାରିତ ହୋଇଥିଲା। ସେତେବେଳେ ଧ୍ରୁତି ବହୁତ ଛୋଟ ଥିଲେ। ତାଙ୍କୁ ମାତ୍ର ୩ ବର୍ଷ ବୟସ ହୋଇଥିଲା। ତାଙ୍କର ସୁନ୍ଦର ଚେହେରା ଓ ମନ ମୋହିଲା ଭଳି ହସରେ ସମସ୍ତେ ଦିଓ୍ୱାନା ହୋଇଥିଲେ। ଧ୍ରୁତିଙ୍କୁ ଦେଖିବା ପାଇଁ ଲୋକେ ଏହି ସିରିଏଲକୁ ଅପେକ୍ଷା କରି ରହୁଥିଲେ। ଧ୍ରୁତି ଏବେବି ବହୁତ ସୁନ୍ଦର ଦେଖାଯାଉଛନ୍ତି।

Comment