ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବି ଆର୍‌ ଚୋପ୍ରାଙ୍କ ମହାଭାରତରେ କୁନ୍ତିଙ୍କ ଚରିତ୍ରରେ ଅଭିନୟ କରିଥିଲେ ନାଜନିନ।

ଅଭିନେତ୍ରୀ ନାଜନିନ ବି.ଆର ଚୋପ୍ରାଙ୍କ ମହାଭାରତରେ କୁନ୍ତି ଭୂମିକାରେ ଅଭିନୟ କରିଥିଲେ। ଟେଲିଭିଜନରେ ଡେବ୍ୟୁ କରିବା ପାଇଁ ଏହି ସୋ ତାଙ୍କ ପାଇଁ ମାଧ୍ୟମ ହୋଇଥିଲା ମହାଭାରତରେ କୁନ୍ତି ଭାବରେ ସେ ଅତୁଳନୀୟ ଲୋକପ୍ରିୟତା ହାସଲ କରିଥିଲେ।  କିନ୍ତୁ ମହାଭାରତ ପୂର୍ବରୁ ସେ ତାଙ୍କର ବୋଲ୍ଡ ଅନ୍ଦାଜ ପାଇଁ ବେଶ୍‌ ଜଣାଶୁଣା ଥିଲେ।

ଅନେକ ଫିଲ୍ମରେ କାମ କରିଥିଲେ ନାଜନିନ । ୧୯୭୨ରେ ତାଙ୍କର ପ୍ରଥମ ଫିଲ୍ମ ‘ସାରେଗାମାପା’ ରିଲିଜ ହୋଇଥିଲା। ଏହି ଫିଲ୍ମ ସହ ସେ ଆଉ ୨ ଫିଲ୍ମ ପାଇଁ ସାଇନ୍‌ କରିଥିଲେ। କିନ୍ତୁ ସେହି ଫିଲ୍ମ ନିର୍ମାଣ ହୋଇପାରିନଥିଲା।

ମାତ୍ର ୨୨ଟି ଫିଲ୍ମରେ କାମ କରି ସେ ନିଜର ପରିଚୟ ସୃଷ୍ଟି କରିଥିଲେ। ‘ଚଲତେ୍‌ ଚଲତେ’ ତାଙ୍କର ସବୁଠୁ ହିଟ୍‌ ଫିଲ୍ମ। ଏହାଛଡ଼ା ‘କୋରା କାଗାଜ‘, ‘ଏକ ଦୁଜେ କେ ଲିୟେ’ ଭଳି ଫିଲ୍ମରେ କାମ କରିଥିଲେ। ରିପୋର୍ଟ ଅନୁସାରେ ନାଜନିନ  ଅଭିନେତ୍ରୀ ନୁହେଁ ଏୟାର ହୋଷ୍ଟେସ ହେବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ମା’ର ଇଚ୍ଛା ଥିଲା ସେ ହିରୋଇନ ହୁଅନ୍ତୁ।

Comment