ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଭାଇରସ ପାଇଁ ଏପ୍ରିଲ ୧୪ ପର୍ଯ୍ୟନ୍ତ ଦେଶରେ ଲକଡାଉନ ଘୋଷଣା ହୋଇଛି। ଏଭଳି ପରିସ୍ଥିତିରେ ଘରେ ବସିଥିବା ଲୋକମାନଙ୍କୁ ମନୋରଞ୍ଜନ ଯୋଗାଇ ଦେବା ପାଇଁ ଦୂରଦର୍ଶନ ପୁଣିଥରେ ପୁରୁଣା ସିରିଏଲକୁ ପ୍ରସାରଣ କରୁଛି। ରାମାନନ୍ଦ ସାଗରଙ୍କ ‘ରାମାୟଣ’ ପରେ ଲୋକମାନେ ବର୍ତ୍ତମାନ ସେମାନଙ୍କର ପ୍ରିୟ ଏବଂ କିଛି ପୁରୁଣା ସୋ’ ପାଇଁ ଦାବି କରୁଛନ୍ତି।

ସେଥିରେ ସାମିଲ ହୋଇଛି ବହୁ ଲୋକପ୍ରିୟ ସିରିଏଲ ‘ଶକ୍ତିମାନ’। ଦୂରଦର୍ଶନରେ ପୁଣିଥରେ ‘ଶକ୍ତିମାନ’କୁ ପ୍ରସାରଣ କରାଯାଉ ବୋଲି ସୋସିଆଲ ମିଡିଆରେ ଦାବି ହେଉଛି।

ସବୁଠୁ ଖାସ କଥା ହେଉଛି ଏହି ସିରିଏଲଗୁଡ଼ିକ ସମୟରେ ବହୁତ ପ୍ରସିଦ୍ଧ ଥିଲା। ଲୋକେ ଏହି ସିରିଏଲ ଦେଖିବା ପାଇଁ ଘଣ୍ଟା ଘଣ୍ଟା ଧରି ଟିଭି ସମ୍ନାରେ ବସୁଥିଲେ। ଏହି ସିରିଏଲରେ ଅଭିନେତା ମୁକେଶ ଖାନ୍ନା ‘ଶକ୍ତିମାନ’ ଚରିତ୍ରରେ ଅଭିନୟ କରିଥିଲେ।

Comment