ଓଡ଼ିଶାଲାଇଭ ବ୍ୟୁରୋ

ଓଡ଼ିଶାକୁ ମୌସୁମୀ ଛୁଇଁଛି। ମୌସୁମୀ ଓ ଲଘୁଚାପ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ପାଗ ମେଘୁଆ ରହିଥିଲା ବେଳେ ଆଉ କିଛି ସ୍ଥାନରେ ଅଳ୍ପ ବର୍ଷା ହୋଇଛି। ହେଲେ ସନ୍ଧ୍ୟା ସୁଦ୍ଧା ରାଜ୍ୟର ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହେବାର ଆଶଙ୍କା କରାଯାଇଛି।

ସେଥିଲାଗି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହି ଜିଲ୍ଲାଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲେ ବାଲେଶ୍ୱର, ମୟୂରଭଞ୍ଜ ,କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ସୋନପୁର , ବୈାଦ୍ଧ , ରାୟଗଡ଼ା , କଳାହାଣ୍ଡି ଓ କୋରାପୁଟ।

ଏହି ଜିଲ୍ଲାରେ ବର୍ଷା ସାଙ୍ଗକୁ ବଜ୍ରପାତ ଆଶଙ୍କା ଥିବାରୁ ସନ୍ଧ୍ୟା ୬ଟା ୩୦ ଯାଏଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବର୍ଷା ସମୟରେ ଘରୁ ନବାହାରିବା ପାଇଁ କୁହାଯାଇଛି।

Comment