ଓଡିଶାଲାଇଭ ବ୍ୟୁରୋ

ଆଇସିସି ବିଶ୍ଵକପରେ ଆଫଗାନିସ୍ତାନ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ ଖେଳି ଶେଷ ଓଭରରେ ହାଟ୍ରିକ ଓ୍ଵିକେଟ ହାସଲ କରି ରେକର୍ଡ କରିଛନ୍ତି ମହମ୍ମଦ ସାମି। ସେ ଦ୍ଵିତୀୟ ଭାରତୀୟ ଭାବେ ଏହି ସଫଳତା ହାସଲ କରିଛନ୍ତି। ତାଙ୍କ ହାଟ୍ରିକର ଶିକାର ହୋଇଥିଲେ ଆଫଗାନିସ୍ତାନର ମହମ୍ମଦ ନବି(୫୨), ଆଫତାବ ଆଲମ(୦), ମୁଜିବୁର ରେହମାନ(୦)। ଏହା ପୂର୍ବରୁ ଭାରତ ପକ୍ଷରୁ ଚେତନ ଶର୍ମା ହାଟ୍ରିକ ନେବାରେ ସଫଳ ହୋଇଥିଲେ। ତାଙ୍କ ପରେ ସାମି ଦ୍ଵିତୀୟ ଭାରତୀୟ ଭାବେ ଏହି ସଫଳତା ହାସଲ କଲେ।

Chetan Sharma
Chetan Sharma

ତେବେ ଚଳିତ ବିଶ୍ଵକପରେ ପ୍ରଥମ ଏବଂ ଏପର୍ଯ୍ୟନ୍ତର ଏକମାତ୍ର ହାଟ୍ରିକ୍‌ ୱିକେଟ୍‌ ନେଇଥିବା ଖେଳାଳି ହୋଇପାରିଛନ୍ତି ମହମ୍ମଦ ସାମି।

ଚଳିତ ବିଶ୍ଵକପରେ ୪ଟି ମ୍ୟାଚରେ ଖେଳି ନଥିବ ସାମି ଭୁବନେଶ୍ଵର କୁମାରଙ୍କ ଆହତ ହେବା ପରେ ଦଳରେ ସ୍ଥାନ ମିଳିଥିଲା। ତେବେ ସେ ଭୁବନେଶ୍ଵର କୁମାରଙ୍କଠାରୁ କିଛି କମ୍‌ ନୁହନ୍ତି ବୋଲି ନିଜକୁ ସାବ୍ୟସ୍ତ କରିଛନ୍ତି। ସାମି ନିଜ ପ୍ରଥମ ମ୍ୟାଚରେ ହାଟ୍ରିକ ସଫଳତା ହାସଲ କରି ଦଳକୁ ବିଜୟୀ କରାଇଥିଲେ।

Comment