ଓଡ଼ିଶାଲାଇଭ ବ୍ୟୁରୋ

ପୂର୍ବ ଦିଲ୍ଲୀ ଅଶୋକନଗର ଅଞ୍ଚଳରେ ଟିଭି ସାମ୍ବାଦିକାଙ୍କ ଉପରେ କିଛି ଦୁବୃର୍ତ୍ତ ଆତ୍ମଘାତୀ ଆକ୍ରମଣ କରିଛନ୍ତି। ଶନିବାର ରାତିରେ ସାମ୍ବାଦିକା ଜଣକ ଘରକୁ ଫେରିବା ବାଟରେ ତାଙ୍କ କାରକୁ ମୁଖାପିନ୍ଧା ଦୁବୃର୍ତ୍ତ ଗୁଳିମାଡ଼ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ  ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।

ଏହି ସାମ୍ବାଦିକ ଜଣକ ହେଲେ ନୋଏଡାର ଏକ ଟିଭି ଚ୍ୟାନେଲରେ କାର୍ଯ୍ୟରତ ମିତାଲି ଚାନ୍ଦୋଲା। ଶନିବାର ରାତି ପ୍ରାୟ ୧୨ଟା ୩୦ ହେବ ସେ ତାଙ୍କ କାରରେ ଘରକୁ ଫେରୁଥିଲେ। ସେ ନିଜେ ଡ୍ରାଇଭିଙ୍ଗ ମଧ୍ୟ କରୁଥିଲେ। ଏହି ସମୟରେ ଦୁବୃର୍ତ୍ତମାନେ ତାଙ୍କ କାରକୁ ଅଟାକଇ ଗୁଳି ମାଡ଼ କରିଥିଲେ। ଦୁଇଟି ଗୁଳି ତାଙ୍କ କାର ସାମ୍ନା କାଚରେ ବାଜିଥିଲା ବେଳେ ଗୋଟିଏ ଗୁଳି ତାଙ୍କ ଡାହାଣ କାନ୍ଧରେ ବାଜିଥିଲା।

ଏହାପରେ ଦୁବୃର୍ତ୍ତମାନେ ତାଙ୍କ ଗାଡ଼ି ଉପାରକୁ ଅଣ୍ଡା ମାଡ଼ ମଧ୍ୟ କରିଥିଲେ।

ଏହି ଘଟଣା ପଛରେ ମିତାଲିଙ୍କ ସ୍ୱାମୀଙ୍କ ହାତ ଥିବା କୁହାଯାଉଛି। ସୂଚନା ଅନୁସାରେ ସ୍ୱାମୀଙ୍କ ସହ ବିବାଦ ଥିବାରୁ ସେ ତାଙ୍କଠୁ ଅଲଗା ରହୁଥିଲେ। ତେଣୁ ଏହି ଘଟଣା ପଛରେ ପାରିବାରିକ ଗଣ୍ଡଗୋଳ ଥିବା କୁହାଯାଉଛି। ଏହାଛଡ଼ା ଲୁଟ ଉଦ୍ୟମ ହୋଇଥାଏ ପରେ ବୋଲି ମଧ୍ୟ ଅନୁମାନ କରାଯାଉଛି। ପୋଲିସ ଘଟଣା ତଦନ୍ତ ଆରମ୍ଭ କରିଛି।

Comment