ଓଡ଼ିଶାଲାଇଭ ବ୍ୟୁରୋ

ଉତ୍ତରପ୍ରଦେଶରେ ଏସପି ବିଏସପି ମହାମେଣ୍ଟରେ ବ୍ରେକ ଲାଗିଛି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ମାୟାବତୀ ଶେଷରେ ଅଲଗା ଅଲଗା ରାସ୍ତା ଆପଣେଇଛନ୍ତି। ମେଣ୍ଟ ଭାଙ୍ଗିବା ନେଇ ଟୁଇଟ ଜରିଆରେ ନିଜେ ମାୟାବତୀ ଘୋଷଣା କରିଛନ୍ତି। ଆଗାମୀ ସବୁ ନିର୍ବାଚନ  ବିଏସପି ଏକାକୀ ଲଢ଼ିବ ବୋଲି ସେ ଟୁଇଟରେ କହିଛନ୍ତି।

‘‘ଲୋକସଭା ସାଧାରଣ ନିର୍ବାଚନ ପରେ ଏସପିର ବ୍ୟବହାର, ବିଏସପିକୁ ଚିନ୍ତା କରିବାକୁ ବାଧ୍ୟ କରିଛି । ଏହିଭଳି ନିର୍ବାଚନ ଲଢ଼ିଲେ ଆଗାମୀ ଦିନରେ ବିଜେପିକୁ ପରାସ୍ତ କରାଯାଇ ପାରିବ କି ବୋଲି ସେ ପ୍ରଶ୍ନ କରିଛନ୍ତି? ଏହା ସମ୍ଭବ ହୋଇ ନଥିବାରୁ ଆଗାମୀ ଦିନରେ ସମସ୍ତ ନିର୍ବାଚନ ଏକା ଲଢ଼ିବ ବିଏସପି’’, ଟୁଇଟରେ ଲେଖିଛନ୍ତି ମାୟାବତୀ।

ଆଗକୁ ଉତ୍ତରପ୍ରଦେଶରେ ୧୧ଟି ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଛିା ଏଥିରେ  ବିଏସପି ୟୁପିରେ ଏକାକୀ ଲଢ଼ିବ ବୋଲି ଗତ ଜୁନ ୪ ତାରିଖରେ ଘୋଷଣା କରିଥିଲେ ମାୟାବତୀ।

୨୦୧୯ ଲୋକସଭା ନିର୍ବାଚନରେ ଏସପି ଓ ବିଏସପି ମଧ୍ୟରେ ମେଣ୍ଟ ହୋଇଥିଲା। ବିଜେପିକୁ କଡ଼ା ଟକ୍କର ଦେବା ପାଇଁ ହୋଇଥିବା ଏହି ମେଣ୍ଟ ୨୦୧୯ ସାଧାରଣ ନିର୍ବାଚନରେ ସେତେଟା ଫାଇଦା ଦେଇ ନଥିଲା। ଯାହାଫଳରେ ମାୟାବତୀ ଓ ଅଖିଲେଶଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା।

Comment