ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡରେ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି ନାୟିକା ତମନ୍ନା। ତାଙ୍କୁ ମିଳୁଛି ଏବେ ବ୍ୟକ ଟୁ ବ୍ୟାକ ଫିଲ୍ମ ଅଫର। ରଜ ବଜାରରେ ‘ଗୋଲମାଲ ଲଭ’ ଦର୍ଶକଙ୍କୁ ଭେଟି ଦେବା ପରେ ସେ ଏବେ ଆଉ ଏକ ଫିଲ୍ମରେ ବ୍ୟସ୍ତ ଅଛନ୍ତି।

ପ୍ରସ୍ତୁତି ସରିଥିବା ଓଡ଼ିଆ ଫିଲ୍ମ ‘ପ୍ରେମ ତୋର ନଟି ନଟି’ରେ ଦର୍ଶକ ପୁଣି ତାଙ୍କୁ ଆଉ ଏକ ନୂଆ ଅବତାରରେ ଦେଖିବାକୁ ପାଇବେ। ଏଥିରେ ତମନ୍ନାଙ୍କ ନାୟକ ସାଜିବେ ନବାଗତ ଦେବବ୍ରତ।

ଏହାର ନିର୍ଦ୍ଦେଶନାରେ ଏସ କେ ମୁରଲୀଧରନ ଥିଲାବେଳେ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ରଶ୍ମିତା ସ୍ୱାଇଁ। ସ୍ୱର ସଂଯୋଜନା କରୁଛନ୍ତି ଅଭିଜିତ ମଜୁମଦାର।

ଫିଲ୍ମଟି ତମନ୍ନାଙ୍କୁ ଆହୁରି ଚର୍ଚ୍ଚାର ଖୋରାକ ଯୋଗାଇବ ବୋଲି କୁହାଯାଇଛି। ଏଥିରେ ତମନ୍ନା ଚୁଲବୁଲି ନଟଖଟି ସାଜିଛନ୍ତି। ଖୁବଶୀଘ୍ର ଏହି ଫିଲ୍ମ ରିଲିଜ ହେବ।

Comment