ଓଡ଼ିଶାଲାଇଭ୍ ବ୍ୟୁରୋ

  • ଜୁନ୍ ୨୫ରେ ମୌସୁମୀ ଅଧିବେଶନ
  • ଜୁନ୍ ୨୮ରେ ବଜେଟ୍
  • ଜୁଲାଇ ୩୧ ବ୍ୟୟମଞ୍ଜୁରୀ ବିଲ୍
  • ଅଗଷ୍ଟ ୮ ଯାଏଁ ଚାଲିବ ଗୃହ

ଆସନ୍ତାକାଲିଠୁ ଷୋଡ଼ଶ ବିଧାନସଭାର ପ୍ରଥମ ମୌସୁମୀ ଅଧିବେଶନ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଅଗଷ୍ଟ ୮ ପର୍ଯ୍ୟନ୍ତ ଚାଲିବ ଅଧିବେଶନ। ଅଧିବେଶନରେ ମୋଟ୍ ୩୦ଟି କାର୍ଯ୍ୟଦିବସ ଥିବା ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବ।

ଜୁନ୍ ୨୫ରୁ ଜୁଲାଇ ୨ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଅଧିବେଶନ ହେବାକୁ ଥିବା ବେଳେ ଜୁଲାଇ ୧୨ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଅନୁଷ୍ଠିତ ହେବ।

ସବୁଥର ପରି ରାଜ୍ୟପାଳ ତାଙ୍କର ଅଭିଭାଷଣ ପ୍ରଦାନ କରିବେ। ଜୁନ୍ ୨୮ରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନ କରିବେ। ସେହିଭଳି ଅଗଷ୍ଟ ୬ରେ ପ୍ରାଇଭେଟ ମେମ୍ବର ବିଲ୍ ଆସିବ ଓ ୮ ତାରିଖରେ ଏହା ଉପରେ ଆଲୋଚନା ହେବା ପରେ ଅଧିବେଶନ ଶେଷ ହେବ।

ଅନ୍ୟପକ୍ଷରେ ବିଧାନସଭା ବଜେଟ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ନଜର ରଖାଯାଇଛି। ବିଧାନସଭା ଚାରିପଟେ ସଶସ୍ତ୍ର ସୁରକ୍ଷା ବାହିନୀ ରହିବା ସହ ପ୍ରବେଶ ପଥରେ ଦୁଇଟି ଚେକ ପୋଷ୍ଟ କରାଯାଇଛି।

Comment